ଦୁଇ ଅଧ୍ୟାପକଙ୍କୁ ଆକ୍ରମଣ, ଥାନାରେ ଅଭିଯୋଗ

ଚଣ୍ତିଖୋଲ : ବଡ଼ଚଣା ଥାନା ଅନ୍ତର୍ଗତ ବାଇଶମୌଜା ସେତୁରେ କିଛି ଦୁର୍ବୃତ୍ତ ଦୁଇଜଣ ଅଧ୍ୟାପକଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣର ଶିକାର ହୋଇଥିବା ଦୁଇଜଣ ହେଲେ ବଡ଼ଚଣା ନୂଆହାଟସ୍ଥିତ ବିଏସ୍‌ କଲେଜର ଅଧ୍ୟାପକ କିଶୋର କୁମାର ସାହୁ ଓ ପ୍ରଦୀପ କୁମାର ବରାଳ। ଗତ ୫ ତାରିଖ ଅପରାହ୍ଣରେ ଦୁଇ ଅଧ୍ୟାପକ କଲେଜରୁ ବାହାରି ଏକ ବାଇକ୍‌ରେ ବଡ଼ଚଣା-ବାଲିଚନ୍ଦ୍ରପୁର ପୂର୍ତ୍ତବିଭାଗ ରାସ୍ତାରେ ବଡ଼ଚଣା ଯାଉଥିଲେ। ବାଇଶିମୌଜା ସେତୁ ଉପରେ ମୁହଁ ଘୋଡ଼ାଇ ଥିବା ୩ ଜଣ ଦୁର୍ବୃତ୍ତ ସେମାନଙ୍କ ବାଇକ୍‌କୁ ଅଟକାଇ ଆକ୍ରମଣ କରିବା ସହ ସେଠାରୁ ଫେରାର ହୋଇଯାଇଥିଲେ। ଏହି ଆକ୍ରମଣରେ ବାଇକ୍‌ ଚଳାଉଥିବା କିଶୋର କୁମାର ସାହୁଙ୍କର ହେଲମେଟ ଓ ବାଇକ୍ ଭାଙ୍ଗି ଯାଇଥିବା ବେଳେ ତାଙ୍କ ହାତରେ ମଧ୍ୟ ଆଘାତ ଲାଗିଥିଲା। ଆକ୍ରମଣକାରୀଙ୍କୁ ଦୁଇ ଅଧ୍ୟାପକ ଚିହ୍ନି ପାରିନଥିଲେ। ଏନେଇ ବଡ଼ଚଣା ଥାନାରେ ଅଭିଯୋଗ କରାଯାଇଛି। ଥାନା କେସ୍‌ ନମ୍ବର ୧୨୨/୨୧ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି ବୋଲି ଥାନାଧିକାରୀ ପ୍ରିୟବ୍ରତ ରାଉତ କହିଛନ୍ତି।

ସମ୍ବନ୍ଧିତ ଖବର