ବନ୍ତଳା: ଅନୁଗୁଳ ବ୍ଲକ ଅଧୀନ ଶରଧାପୁର ଠାରେ ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ପୂର୍ବାହ୍ନ ପ୍ରାୟ ୧୦ଟା ହେବ। ଶରଧାପୁର ଗ୍ରାମରେ ଜଣେ ମହିଳା ଏକ ଗରା ଓ ବାଲ୍ଟି ଧରି ଚାଲି ଯାଉଥିଲେ। ପଛରୁ ଗ୍ରାମର ଜଣେ ମହିଳା ‘ନେଇଗଲା ନେଇ ଗଲା’ ବୋଲି ହଲ୍ଲା ପକାଉଥିଲେ। ଜଣାପଡ଼ିଥିଲା କି ମହିଳା ଜଣକ ଜଣେ ଲୋକଙ୍କ ଘରେ ପଶି ପାଣି ପିଇବା ପାଇଁ ମାଗିଥିଲେ। ସେ ପାଣି ଆଣି ଆସିବା ବେଳକୁ ମହିଳା ଜଣକ ଘରୁ ଗରା ଓ ବାଲ୍ତି ଧରି ଉଭାନ୍ ହୋଇ ଯାଇଥିଲେ। ମହିଳା ଜଣକ ଚାଲି ଯାଉଥିବା ଦେଖି ପଛପଟୁ ଘରମାଲିକ ହାହୋଲ୍ଲା ପକାଇଥିଲେ। ଏଭଳି ଦେଖିବା ପରେ ଲୋକମାନେ ମହିଳାଙ୍କୁ ଧରିଥିଲେ। ଏହି ସମୟରେ ଜଣେ କେହି କହିଥିଲା କି ସୋସିଆଲ ମିଡିଆରେ ଏ ସ୍ତ୍ରୀ ଲୋକର ଫଟୋ ଅଛି। ଏମାନେ ପିଲା ଚୋରାଉଛନ୍ତି। ବାସ୍, ଏତିକି ସୂଚ ନା ପରେ ମହିଳାଙ୍କ ଉପରେ ଆରମ୍ଭ ହୋଇଥିଲା ପ୍ରହାର। ଯିଏ ଆସୁଥିଲା ଗୋଟାଏ ବିଧା କିମ୍ବା ଗୋଇଠା ଦେଇଦେଉଥିଲା। ପୁଲିସ୍ ଆସି ଲୋକଙ୍କ କବଳରୁ ମହିଳାଙ୍କୁ ମୁକୁଳାଇଥିଲେ। ତା’ପରଠାରୁ ସେ କେଉଁଆଡେ ଅନ୍ତର୍ଧାନ ହୋଇଯାଇଥିବା ସ୍ଥାନୀୟ ଲୋକ କହିଛନ୍ତି।
ହାତକୁ ନେଉଛନ୍ତି ଆଇନ୍: ପାଣି ପିଇବାକୁ ଆସି ମହିଳା ଲହୁଲୁହାଣ
/sambad/media/post_attachments/wp-content/uploads/2018/05/IMG-20180529-WA0003.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)