ଯୁବକଙ୍କ ଗୁପ୍ତାଙ୍ଗ କାଟିଲେ ଦୁର୍ବୃତ୍ତ

ପାଟଣା : ଯୁବକଙ୍କ ଗୁପ୍ତାଙ୍ଗକୁ କେହି ଦୁର୍ବୃତ୍ତ କାଟି ଦେଇଛନ୍ତି। କେନ୍ଦୁଝର ଜିଲ୍ଲା ପାଟଣା ଥାନା ମୁଖ୍ୟାଳୟସ୍ଥିତ ସଁରାପଶି  ଗ୍ରାମରେ ଆଜି ସକାଳେ ଏହି ଘଟଣା ଘଟିଛି। ସେଠାରେ ବନ୍ଦ ପଡ଼ିଥିବା ଏକ ଆବାସିକ ଶିଶୁମନ୍ଦିର ପ୍ରକୋଷ୍ଠରୁ ଆଜି ସକାଳେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ଯୁବକଙ୍କୁ ଘର ଲୋକେ ଉଦ୍ଧାର କରିଥିଲେ। ଯୁବକଜଣକ ହେଉଛନ୍ତି ରୋହିଦାସ ମହାନ୍ତଙ୍କ ପୁଅ ଦୀପକ ମହାନ୍ତ(୨୯)। ସେ ବିବାହିତ। ଦୀପକଙ୍କ ଗୁପ୍ତାଙ୍ଗକୁ କେହି ଧାରୁଆ ଅସ୍ତ୍ରରେ କାଟି ଦେଇଥିବା ଅନୁମାନ କରାଯାଉଛି। ଦୀପକ ଜଣେ ଟେଣ୍ଟ୍‌ ମାଲିକ। ଆଜି ସକାଳୁ ଉଠି ଶୌଚ ହେବା ପାଇଁ ସେ ଘରୁ ବାହାରି ଯାଇ  ଆଉ ଫେରି ନ ଥିଲେ। ଦୀପକଙ୍କ ବାପା ବହୁ ଖୋଜାଖୋଜି କରିବା ପରେ ଘର  ନିକଟରେ ଥିବା ଏକ ପରିତ୍ୟକ୍ତ ସ୍କୁଲ ଘରୁ ତାଙ୍କୁ ଉଦ୍ଧାର କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ପାଟଣା ଓ ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର