ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ନିର୍ଯାତନା ଅଭିଯୋଗ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ଡୁମେରପିଟା ଗାଁରେ ଅମାନବୀୟ କାଣ୍ଡ। ଜଣେ ମହିଳାଙ୍କୁ କମେଣ୍ଟ ଅଭିଯୋଗରେ ଡୁମେରପିଟା ଗାଁର ହେମନ୍ତ ମହାନନ୍ଦ ଓ ୨ ଜଣ ଅସବର୍ଣ୍ଣ ଯୁବକଙ୍କୁ ଖୁଂଟରେ ବାନ୍ଧି ମାଡ ମାରିଥିବା ନେଇ ଅଭିଯୋଗ ହୋଇଛି। ଘଟଣାଟି ଗତ ୨ ତାରିଖ ରାତିରେ ଘଟିଥିବା ବେଳେ ତୁଷୁରା ଥାନା ଅନ୍ତର୍ଗତ ବନ୍ଧପଡା ଫାଣ୍ଡି ପୁଲିସ ୭ଜଣ ଅଭିଯୁକ୍ତଙ୍କୁ ଥାନାକୁ ଆଣି ଛାଡି ଦେଇଥିବା ନେଇ ପୀଡ଼ିତ ଅସବର୍ଣ୍ଣ ଯୁବକମାନେ ଅଭିଯୋଗ କରିଛନ୍ତି। ଘଟଣା ଦିନ ସଂଧ୍ୟା ୬ ରୁ ରାତି ୧୦ ଟା ଯାଏଁ ଗାଁ ମଝିରେ ଥିବା ବିଦ୍ୟୁତ ଖୁଣ୍ଟରେ ୨ଜଣ ଯୁବକଙ୍କୁ ବାନ୍ଧି ମାଡ ମାରିବା ସହ ଘରେ ଯାଇ ଭଙ୍ଗାରୁଜା କରିଥିବା ନେଇ ହେମନ୍ତ ଅଭିଯୋଗ କରିଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ ଏଯାଏଁ କାଯ୍ୟର୍ାନୁଷ୍ଠାନ ହୋଇନାହିଁ। ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାଯ୍ୟର୍ାନୁଷ୍ଟାନ ପାଇଁ ପୀଡ଼ିତ ଯୁବକମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର