ଗାଇସିଲାଟ୍ : ପିଲା ଚୋର ସନ୍ଦେହରେ ଯୁବକଙ୍କୁ ନିସ୍ତୁକ ମାଡ଼

ଗାଇସିଲାଟ୍ : ବରଗଡ଼ ଜିଲ୍ଲା ଗାଇସିଲାଟ୍‌ ବ୍ଲକ ଅନ୍ତର୍ଗତ ହଳନକଣାସି ଗ୍ରାମରେ ପିଲା ଚୋର ସନ୍ଦେହରେ ଜଣେ ଯୁବକକୁ ଲୋକେ ନିସ୍ତୁକ ମାଡ଼ ମାରିଛନ୍ତି। ଯୁବକ ଜଣକ ହେଲେ ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ପାଚେର ଗ୍ରାମର ବିଜୁ ନନ୍ଦ। ଗାଁ ଲୋକେ ବିଜୁକୁ କାବୁ କରି ଗାଇସିଲାଟ୍‌ ପୁଲିସକୁ ଖବର ଦେଇଥିଲେ l ପୁଲିସ ଘଟଣାସ୍ଥଳରୁ ଯୁବକଙ୍କୁ ଉଦ୍ଧାର କରି ହସ୍ପିଟାଲ ଆଣି ପ୍ରାଥମିକ ଚିକିତ୍ସା କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପଦ୍ମପୁର ଡାକ୍ତରଖାନା ପଠାଯାଇଛି।

ସୂଚନାଯୋଗ୍ୟ ଯେ ହଲନ୍‌କଣାସି ଗ୍ରାମର ସୁରେଶ ସାହୁ ଖପ୍ରାଖୋଲ ଥାନା ଲୁହରେଲ୍ ଗ୍ରାମରେ ବିବାହ କରିଛନ୍ତି। ଶ୍ବଶୁର ଘରର ସମସ୍ତ ଦାୟିତ୍ବ ସେ ତୁଲାଇଥାନ୍ତି। ବାଘମୁଣ୍ଡ ଗ୍ରାମର ରବି ସାହୁଙ୍କ ପରିବାର ସହିତ ତାଙ୍କ ଜମିଜମା ସଂକ୍ରାନ୍ତୀୟ ବିବାଦ ଥିଲା। ରବି ସାହୁ ଏବଂ ତାଙ୍କ ପରିବାର ସମୟ ସମୟରେ ସୁରେଶଙ୍କୁ ହଇରାଣ କରୁଥିବା ଅଭିଯୋଗ ହୁଏ। ଶୁକ୍ରବାର ଅପରାହ୍‌ଣରେ କିଛି ଯୁବକ ହଳନକଣାସି ଆସି ସୁରେଶଙ୍କୁ ଆକ୍ରମଣ କରିଥିଲେ। ତେବେ ତାଙ୍କୁ ଲୋକେ ଛୁଆ ଚୋର ସନ୍ଦେହରେ ନିସ୍ତୁକ ମାଡ଼ ମାରିଥିବା କୁହାଯାଉଛି। ବିଜୁ ନନ୍ଦ ସାଥୀରେ ଆସିଥିବା ଲୁହରେଲ୍ ଗ୍ରାମର ଝେକରୁ ବରିହା ଫେରାର୍ ଥିବା ଜଣାପଡ଼ିଛି। ତେବେ ୬ଜଣ ଆକ୍ରମଣକାରୀ ଆସିଥିବା ଗାଁଲୋକେ କହୁଛନ୍ତି।

ସମ୍ବନ୍ଧିତ ଖବର