ଶିଶୁକୁ ପ୍ରାଣାନ୍ତକ ଆକ୍ରମଣ

ବାମରା: ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ବାଉଁଶଲଗା ପଞ୍ଚାୟତ ସ୍ଥିତ ତାଲଡହି ଗ୍ରାମର ବୀର ମୁଣ୍ଡାଙ୍କ ପୁଅ କ୍ରିଷ୍ଣା (୫) ସୋମବାର  ଘର ପାଖରେ ଖେଳୁଥିବା ବେଳେ ତାଙ୍କ ପଡ଼ୋଶୀ ବାହାଦୂର ଚାଉଁରିଆଙ୍କ ପୁଅ ବିମଳ (୨୨) ମଦ ନିଶାରେ ଆସି ତାକୁ ଗାଳିଗୁଲଜ କରିଥିଲା।

ପରେ ହଠାତ କୌଣସି କାରଣ ନଥାଇ ଏକ ବଡ଼ ପଥର ଫୋପାଡ଼ିବାରୁ କ୍ରିଷ୍ଣାର କାନ ଛିଣ୍ଡି ଯିବା ସହ କାନ୍ଧରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି। ଗୁରୁତର ଶିଶୁକୁ ବାମରା ଡାକ୍ତରଖାନାରେ ଚିକିତ୍ସା କରାଯାଇଥିଲା। ଏ ନେଇ ଗୋବିନ୍ଦପୁର ଥାନାରେ ଅଭିଯୋଗ ହୋଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର