କୋରେଇ ବିଡିଓଙ୍କୁ ମାଡ଼, ୪ ଅଟକ

କୋରେଇ: କୋରେଇ ବ୍ଲକ୍‌ରେ ବନ୍ୟା ଡ୍ୟୁଟିରେ ଥିବା ବିଡିଓଙ୍କୁ ମାଡ଼ ଓ ଠେଲାପେଲା ଅଭିଯୋଗରେ କୋରେଇ ପୁଲିସ ୪ ଜଣଙ୍କୁ ଥାନାରେ ଅଟକ ରଖିଛି। ଏନେଇ ଅଭିଯୋଗ ହେବା ପରେ କୋରେଇ ଥାନା କେସ୍‌ ନମ୍ବର ୨୬୬/୨୨ରେ ଏକ ମାମଲା ରୁଜୁ ହୋଇଛି। ଅଭିଯୋଗ ଅନୁଯାୟୀ, କୋରେଇ ବିଡିଓ ରଞ୍ଜନ କୁମାର ପରିଡ଼ା ବ୍ଲକ୍‌ର କେତେକ ପଞ୍ଚାୟତ ବନ୍ୟାଞ୍ଚଳରୁ ଫେରି ତାଙ୍କ କାର୍ଯ୍ୟାଳୟରେ ବସିଥିଲେ। ଏହି ସମୟରେ ଧନେଶ୍ବର ଗ୍ରାମର ସଞ୍ଜୟ ବାରିକ, ରାଜେଶ ନାୟକ, ଆକୁଳ ବାରିକ ଓ ସୁଶାନ୍ତ ସାହୁ ବ୍ଲକ୍‌ କାର୍ଯ୍ୟାଳୟରେ ପହଞ୍ଚି ବିଡିଓ ଶ୍ରୀ ପରିଡ଼ାଙ୍କୁ ମାଡ଼ ମାରିବା ସହ ଠେଲାପେଲା କରିଥିଲେ।

ଏନେଇ ବିଡିଓ କୋରେଇ ଥାନାକୁ ସୂଚନା ଦେବା ପରେ ଥାନାଧିକାରୀ ଶ୍ରବଣ କୁମାର ମହାରଣା ସଦଳବଳ ବ୍ଲକ୍‌ କାର୍ଯ୍ୟାଳୟରେ ପହଞ୍ଚି ୪ ଅଭିଯୁକ୍ତଙ୍କୁ ଧରି ଥାନାକୁ ନେଇଥିଲେ। ବିଡିଓଙ୍କ ଅଭିଯୋଗ ପରେ ଏନେଇ ଥାନାରେ ମାମଲା ରୁଜୁ ହୋଇଛି। ଅଭିଯୁକ୍ତମାନଙ୍କୁ ଅଟକ ରଖି ପୁଲିସ ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର