ବିଦ୍ୟୁତ କର୍ମଚାରୀଙ୍କୁ ମାଡ ଅଭିଯୋଗରେ ଜଣେ ଗିରଫ

ଚାନ୍ଦବାଲି: ବିଦ୍ୟୁତ ବିଲ ଆଦାୟ କରୁଥିବା ବିଦ୍ୟୁତ ବିଭାଗ କର୍ମଚାରିକୁ ଦୁର୍ବ୍ୟବହାର ତଥା ମାଡ ମାରିବା ଅଭିଯୋଗରର ବାଂଶଡା ଥାନା ପୋଲିସ ସୋମବାର ମୌସୁଧା ପଞ୍ଚାୟତ ସେହି ଗାଁ ର କଳିଙ୍ଗ ପତ୍ର ନାମକ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୋଗରୁ ଜଣାଯାଏ,ଭାଗୀରଥି ପଣ୍ଡା  ବିଦ୍ୟୁତ ବିଭାଗ ସବ ଡିଭିଜନଲ ଅଧିକାରୀ ଭାବରେ ତିହିଡିରେ  ବିଦ୍ୟୁତ ବିଭାଗ ରେ କାର୍ଯ୍ୟ କରୁଛନ୍ତି।

ଗତ ୮ତାରିଖରେ ମତୋ ଫ୍ୟୁଜ ଅଧିନ ମୌସୁଧା ଗ୍ରାମରେ ବିଦ୍ୟୁତ ବକେୟା ବିଲ କଲେକ୍ସନ ପାଇଁ ଲାଇନ ମ୍ୟାନ ରାଜେଶ କୁମାର ନାୟକ ଓ ଅନ୍ୟମାନେ ବିଭାଗୀୟ କର୍ମଚାରୀ ମଧ୍ୟ ଥିଲେ. ତେବେ ସେହି ଗ୍ରାମର ଭାଗିରଥି ପାତ୍ରଙ୍କ ବିଦ୍ୟୁତ ବିଲ ବକେୟା ଥିବାରୁ ବିଲ ପାଉଣା ଦେବାକୁ   ରାଜେଶ ନାୟକ ଅନୁରୋଧ କରିଥିଲେ।  ହେଲେ ଭାଗିରଥି ପାତ୍ରଙ୍କ ର ଜଣେ ପ୍ରତିନିଧି ଲାଇନ କାଟିଦେବାକୁ କହିଥିଲେ। ପରେ ରାଜେଶ ନାୟକଙ୍କ ଦ୍ୱାରା ବିଦ୍ୟୁତ ଲାଇନ କଟାଯାଇଥିଲା.,, ଯାହାକୁ ନେଇ ରାଜେଶ ନୟାକଙ୍କୁ କଳିଙ୍ଗ ପତ୍ର ଓ ଅନ୍ୟମାନେ ଦୁର୍ବ୍ୟବହାରକରିବା ସହ ଗୋଇଠା ମାରିଥିଲେ। ତେବେ ଘଟଣାରେ ତିହିଡି ଏସଡିଓ ଭାଗୀରଥି ପଣ୍ଡା ଏକ ଲିଖିତ ଅଭିଯୋଗ ବାଂଶଡା ଥାନାରେ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ଏକ ମାମଲା ୠଜୁକରି କଳିଙ୍ଗ ପାତ୍ର ଓରଫ ସୁକା ପାତ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର