ଭଣ୍ତାରିପୋଖରୀ: ଭଣ୍ତାରିପୋଖରୀ ଥାନା ଅନ୍ତର୍ଗତ ଦକ୍ଷିଣବାଡ଼ ପଞ୍ଚାୟତ ଉତ୍ତରବାଡ଼ ଗ୍ରାମରେ ଆଜି ବିଦ୍ୟୁତ୍ ବିଭାଗର ଭଦ୍ରକ ସର୍କଲ ମୁଖ୍ୟ ତଥା ଯନ୍ତ୍ରୀ ଅମୋଲ ଫ୍ୟୁଜ, କର୍ମଚାରୀ ଦିଲ୍ଲୀପ ଖଟୁଆ, ଭବାନୀ ଶଙ୍କର ପତି, ଅମୂଲ୍ୟ କୁମାର ସାହୁ, ପ୍ରସନ୍ନ ମହାନ୍ତି, ମହମ୍ମଦ ଆଝାର, ନିରାପତ୍ତା ସହାୟକ ଅନସୂୟା ନାୟକ ବିଦ୍ୟୁତ୍ ସଂଯୋଗ ନିୟମ ଅନୁସାରେ ହୋଇଛି କି ନାହିଁ; ସେନେଇ ଯାଞ୍ଚ କରୁଥିଲେ। ସେମାନେ ସଦାଶିବ ସାହୁଙ୍କ ଘରକୁ ଯାଞ୍ଚ ପାଇଁ ଯାଇଥିଲେ। ଏହି ସମୟରେ ସଂଗ୍ରାମ କେଶରୀ ସାହୁ, ଘନଶ୍ୟାମ ସାହୁ ତଥା ଅନ୍ୟମାନେ ଯାଞ୍ଚକୁ ବିରୋଧ ସହ ଗାଲିଗୁଲଜ କରିଥିଲେ। କେବଳ ସେତିକି ନୁହେଁ, ଆକ୍ରମଣ ମଧ୍ୟ କରିଥିଲେ।
ଫଳରେ କର୍ମଚାରୀ ଅମୂଲ୍ୟ ସାହୁ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଭଣ୍ତାରିପୋଖରୀ ଡାକ୍ତରଖାନା ଏବଂ ପରେ ଭଦ୍ରକ ଡାକ୍ତରଖାନାକୁ ନିଆଯାଇଥିଲା। ସେହିପରି ନିରାପତ୍ତା ସହାୟିକା ଅନସୂୟା ନାୟକ ମଧ୍ୟ ଆକ୍ରମଣର ଶିକାର ହୋଇ ଆହତ ହୋଇଥିବା ଖବର ମିଳିଛି। ତେବେ ଶ୍ରୀ ଫ୍ୟୁଜ ଏନେଇ ଥାନାରେ ଅଭିଯୋଗ କରିଛନ୍ତି। ଫଳରେ ପୁଲିସ ୧୬୪/୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/attack.jpg)