ଯାଜପୁର: ଯାଜପୁର ଜିଲ୍ଲାର ବିଞ୍ଝାରପୁର ବାଚ୍ଛୋଳରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ପୁଲିସ୍ ଏଯାଏଁ ୧୧ଜଣଙ୍କୁ ଗିରଫ କରିଛି। ଏମାନଙ୍କ ଭିତରେ ଘଟଣାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରାକେଶ ମଲ୍ଲିକକୁ ଗିରଫ କରାଯାଇଛି। ଏହାଛଡ଼ା ୫ ପୁରୁଷ ଓ ୫ ମହିଳାଙ୍କୁ ଗିରଫ କରାଯାଇଛି। ଅନ୍ୟ ଅଭିଯୁକ୍ତମାନଙ୍କୁ ଅଟକ ରଖାଯିବା ସହ ପଚରାଉଚରା ଚାଲିଛି। ଏନେଇ ଯାଜପୁର ଏସପି ରାହୁଲ ପିଆର ସୂଚନା ଦେଇଛନ୍ତି। ତେବେ ମୁଖ୍ୟ ଅଭିଯୁକ୍ତ ଏବେ ବି ଫେରାର ଥିବା କୁହାଯାଉଛି।
/sambad/media/post_attachments/wp-content/uploads/2022/02/7-750x388.jpg)
ସୂଚନାଯୋଗ୍ୟ, ବିଞ୍ଝାରପୁର ବ୍ଲକ ବାଚ୍ଛୋଳ ପଞ୍ଚାୟତରେ ୫ଟି ବୁଥ୍ ଜବରଦଖଲ ଓ ଭୋଟ ବାକ୍ସ ଫିଙ୍ଗିବା ତଥା ସାମ୍ବାଦିକଙ୍କୁ ମାଡ଼ ମାରିବା ଘଟଣାରେ ଗତକାଲି ୨୫ ଜଣଙ୍କୁ ପୁଲିସ ଉଠାଇ ନେଇଥିଲା। ଅପରାହ୍ନରେ ପୁଲିସ ପହଞ୍ଚି ଫ୍ଲାଗମାର୍ଚ୍ଚ କରିଥିଲା। କନକ ନିଉଜ୍, ଅର୍ଗସ୍ ନିଉଜ୍ ଓ କଳିଙ୍ଗ ଟିଭିର ସାମ୍ବାଦିକଙ୍କୁ ଆକ୍ରମଣ ହୋଇଥିବା ଜଣାଯାଇଛି। ଏଠାରେ କେତେକ ଅସାମାଜିକ ଲୋକ ବୁଥରୁ ଭୋଟ ବାକ୍ସ ଲୁଟି ନେଇଯାଇଥିବାର ସୂଚନା ମିଳିଥିଲା। ଦୁର୍ବୃତ୍ତମାନେ ଭୋଟ ବାକ୍ସଟିକୁ ପୋଖରୀରେ ଫିଙ୍ଗି ପଳାଇଥିଲେ। ଅର୍ଗସ୍ ନିଉଜର ସାମ୍ବାଦିକଙ୍କୁ ଅପହରଣ କରି ନିସ୍ତୁକ ମାଡ଼ ମାରିଥିଲେ। ତାଙ୍କୁ କେତେକ ମହିଳା ବି କାମୁଡ଼ି ଦେଇଥିଲେ।
ଏସପି ରାହୁଲ ପିଆରଙ୍କ ନେତୃତ୍ଵରେ ବାଚ୍ଛୋଳ ଗ୍ରାମରେ ଶତାଧିକ ପୁଲିସ ପହଞ୍ଚି ଗ୍ରାମର ୧୦ ମହିଳାଙ୍କ ସମେତ ୨୫ ଜଣଙ୍କୁ ପୁଲିସ ଉଠାଇ ନେଇଥିଲା। ଏସ ପିଙ୍କ ସୂଚନା ଅନୁସାରେ ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଜଣେ ଯୁବକଙ୍କୁ ପୁଲିସ ଗିରଫ କରିଛି। ଅନ୍ୟ ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି। ରବିବାର ରାତିରେ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ବିଞ୍ଝାରପୁର ଥାନାରେ ପହଞ୍ଚି ସ୍ଥିତି ସମୀକ୍ଷା କରିଥିଲେ। ଗିରଫ ଭୟରେ ବାଚ୍ଛୋଳ ଗ୍ରାମ ଏକପ୍ରକାର ପୁରୁଷଶୂନ୍ୟ ହୋଇଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/11-Arrested-on-Attack-on-Journalist_Thumbnail.jpg)