ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ଘାଗରବେଡ଼ା ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ ଘଟଣାର ପୁଲିସ ୨ ଜଣକୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତଙ୍କଠାରୁ ଗୋଟିଏ ଦେଶୀ ପିସ୍ତଲ, ଦୁଇଟି ଜୀବନ୍ତ ଗୁଳି, ଗୋଟିଏ ଖଣ୍ଡା, ଗୋଟିଏ ଲୁହା ପାଇପ୍, ଦୁଇଟି ମୋବାଇଲ ଓ ଗୋଟିଏ ହିରୋ ବାଇକ୍ ଜବତ କରାଯାଇଛି। ପୂର୍ବରୁ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ସହ ୨ ଜଣକୁ ପୁଲିସ ଗିରଫ କରିଥିଲା। ସୂଚନାଥାଉକି, ଘାଗରବେଡ଼ା ଥାନା ଗାଣ୍ଡୁସାହି ଗ୍ରାମର ସତ୍ୟଜିତ ଗିରିଙ୍କୁ ରିଘା ଜଙ୍ଗଲ ରାସ୍ତାରେ ଦୁଇଜଣ ଦୁର୍ବୃତ୍ତ ଏକ ପଲସର୍ ବାଇକ୍ରେ ଆସି ବନ୍ଧୁକ ମୁନରେ ଅପହରଣ କରି ନେଇଥିଲେ।
ରୀଘା ନିକଟ ଝାଡ଼ଖଣ୍ଡ ସୀମାରେ ଏକ ପରିତ୍ୟକ୍ତ ଘରେ ସତ୍ୟଜିତଙ୍କୁ ୮ରୁ ୧୦ ଜଣ ସହଯୋଗୀଙ୍କ ସହାୟତାରେ ଦୁର୍ବୃତ୍ତମାନେ ପ୍ରାଣାନ୍ତକ ଆକ୍ରମଣ କରିବା ସହ ତାଙ୍କଠାରୁ ମୋବାଇଲ ଓ ଟଙ୍କା ଛଡ଼ାଇ ନେଇ ମୁର୍ମୂଷୁ ଅବସ୍ଥାରେ ଛାଡ଼ି ଯାଇଥିଲେ। ଏ ନେଇ ସତ୍ୟଜିତଙ୍କ ବାପା ଘାଗରବେଡ଼ା ଥାନାରେ ଅଭିଯୋଗ କରିବା ପରେ ଥାନା ଅଧିକାରୀ ରମାକାନ୍ତ ନାୟକ କେସ୍ ନଂ ୨୩/୨୨ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିଲେ। ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ ଶ୍ରୀ ନାୟକ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/27-7.jpg)