ଅମୃତଭଣ୍ଡା ଚୋରିକୁ ନେଇ କାତିରେ ଆକ୍ରମଣ

ପୋଲସରା : ପୋଲସରା ଥାନା ଚିରିକିପଡ଼ାଶାସନ ଖଦାଳସାହିରେ ଅମୃତଭଣ୍ଡା ଚୋରିକୁ ନେଇ ଗତକାଲି ସନ୍ଧ୍ୟାରେ ଦୁଇ ପଡ଼ୋଶୀଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି। ପଡ଼ୋଶୀଙ୍କ କାତି ଚୋଟରେ ଦାଶ ନାହାକ ଗୁରୁତର ହୋଇଛନ୍ତି। ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଦାଶଙ୍କ ବାରିପଟେ ଥିବା ଗଛରୁ ଅମୃତଭଣ୍ଡା ଚୋରି ହୋଇଥିଲା।

ଏହାକୁ ନେଇ ଦାଶ ତାଙ୍କ ପଡ଼ୋଶୀ ବାବୁଲା ନାହାକଙ୍କୁ ପଚାରିବାରୁ ସେମାନଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ବାବୁଲା ଉତ୍‌କ୍ଷିପ୍ତ ହୋଇ ଏକ କାତିରେ ଦାଶଙ୍କ ଡାହାଣ ହାତକୁ ହାଣି ଦେଇଥିଲେ। ପୋଲସରା ପୁଲିସ ପହଞ୍ଚି ଦାଶଙ୍କୁ ପୋଲସରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲା। ବାବୁଲାଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି।

ସମ୍ବନ୍ଧିତ ଖବର