ଟିଟିଲାଗଡ଼: ଗାନ୍ଧୀ ଧାମ-ପୁରୀ ଟ୍ରେନ୍ ଭିତରେ ଟିଟିଲାଗଡ ରେଳ ଷ୍ଟେସନ ନିକଟରେ ଯାତ୍ରୀଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ୨ ଜଣଙ୍କ ବେକ କାଟି ହତ୍ୟା ଉଦ୍ୟମ ହୋଇଛି। ଗୁରୁତରଙ୍କୁ ଟିଟିଲାଗଡରୁ ରେଳବାଇ ପୁଲିସ ଉଦ୍ଧାର କରି ସ୍ଥାନୀୟ ଡ଼ାକ୍ତରଖାନାରେ ଭର୍ତ୍ତି କରିଛି। ମାତ୍ର ସେମାନଙ୍କର ଅବସ୍ଥା ଭଲ ନଥିବାରୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ଅଭିଯୁକ୍ତକୁ ପୁଲିସ ନିଜ ହେପାଜତକୁ ନେଇଛି।
ଗାନ୍ଧୀଧାମ-ପୁରୀ ଟ୍ରେନ୍ ଭିତରେ ୨ ଯାତ୍ରୀଙ୍କୁ ପ୍ରାଣାନ୍ତକ ଆକ୍ରମଣ
/sambad/media/post_attachments/wp-content/uploads/2023/09/0cd8439a-edab-47c4-96c0-0828edec5b71.jpeg)