ବରଗଡ଼/ପଦ୍ମପୁର: ବରଗଡ଼ ଜିଲ୍ଲା ଗାଇସିଲାଟ୍ ବ୍ଲକ୍ ଶରଧାପାଲି ଗିରିଧାରୀ ମହାବିଦ୍ୟାଳୟ ନିକଟରେ ଗତ ୧୦ ତାରିଖରେ ଏକ ସଡ଼କ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ଜଣେ କଲେଜ ଛାତ୍ରୀ ମୃତ୍ୟୁବରଣ କରିଥିଲେ। ଏହାକୁ ନେଇ ଘଟଣାସ୍ଥଳରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ସଂପୃକ୍ତ ଟ୍ରକ୍ ଡ୍ରାଇଭରକୁ ପୁଲିସ୍ ଖସାଇ ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ କରି ଗ୍ରାମବାସୀ ତାତି ଉଠିଥିଲେ। ପୁଲିସ୍କୁ ଉତ୍ତ୍ୟକ୍ତ ଲୋକଙ୍କ ରୋଷର ଶିକାର ହେବାକୁ ପଡ଼ିଥିଲା। ସର୍ବସମ୍ମୁଖରେ ପୁଲିସକୁ ଲୋକେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ।
ଦୁଇ ଜଣ ପୁଲିସ୍ କର୍ମଚାରୀ ଏଥିରେ ଗୁରୁତର ହୋଇଥିଲେ। ଘଟଣାକୁ ନେଇ ଗଁାରେ ଉତ୍ତେଜନା ଲାଗି ରହିଥିଲା। ପୁଲିସ୍ ୧୬ ତାରିଖ ଭୋର୍ରୁ ଫୋର୍ସ ସହ ଶରଧାପାଲି ଗ୍ରାମର ସମସ୍ତ ରାସ୍ତାକୁ ସିଲ୍ କରି ଅଭିଯୁକ୍ତଙ୍କୁ ଖୋଜିବା ଆରମ୍ଭ କରିଥିଲା। ଏହି ଆକ୍ରମଣ ଘଟଣାରେ ସୁଶାନ୍ତ ବିଶି, ରେମାନନ୍ଦ ଭୋଇ, ଆନନ୍ଦ ଚନ୍ଦ୍ର ଭୋଇ, ଧୀରେନ ସାହୁ, ନିତ୍ୟାନନ୍ଦ ମହଲା, ନବୀନ ଭୋଇ, ଯୁଧିଷ୍ଠିର ସାହୁ, ଅେଲଖ ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଘଟଣା ପରେ ଗାଁରେ କୋକୁଆ ଭୟ ସୃଷ୍ଟି ହୋଇଛି। ଯେ କୌଣସି ଗାଡ଼ିର ଶବ୍ଦର ଶୁଣିଲା ମାତ୍ରେ ଗ୍ରାମବାସୀ ପଳାୟନ ପାଇଁ ଉଦ୍ୟମ କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/23-15.jpg)