ସମ୍ବଲପୁର: ସାଧାରଣ ଲୋକକ ଦୂରର କଥା ଏବେ ଅପରାଧୀମାନେ ପୁଲିସକୁ ବି ଛାଡ଼ୁ ନାହାନ୍ତି। ଶୁକ୍ରବାର ମାନେଶ୍ବର ଛକ ନିକଟରେ ଜଣେ ଦୁର୍ବୃତ୍ତର ବୋତଲ ମାଡ଼ରେ ଜଣେ ପୁଲିସ କର୍ମଚାରୀଙ୍କ ମୁଣ୍ଡ ଫାଟି ଯିବା ଘଟଣା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନା ଅନୁଯାୟୀ, ସମ୍ବଲପୁର ସ୍ପେସାଲ୍ ସ୍କ୍ବାଡ୍ରେ କାର୍ଯ୍ୟରତ ଟୁନା ବିଡିକା ଶନିବାର ସନ୍ଧ୍ୟାରେ ମାନେଶ୍ବର ଛକ ନିକଟରେ ପାଟ୍ରୋଲିଂ କରୁଥିଲେ। ସେହି ସମୟରେ ୨ ଜଣ ଝଗଡ଼ା ହେଉଥିବା ଦେଖି ଟୁନା ସେମାନଙ୍କୁ ଝଗଡ଼ା ନ କରିବାକୁ କହିଥିଲେ। ଏତିକିରେ ରାଗିଯାଇ ଜଣେ ଦୁର୍ବୃତ୍ତ ପାଖରେ ଥିବା ମଦ ବୋତଲରେ ତାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲା। ଟୁନାଙ୍କ ମୁଣ୍ଡ ଫାଟିଯାଇଥିବା ବେଳେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଏ ନେଇ ଟୁନା ଅଭିଯୋଗ କରିବା ପରେ ସଦର ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/17-2.jpg)