ଅବସରପ୍ରାପ୍ତ ଅଧ୍ୟକ୍ଷଙ୍କୁ ଆକ୍ରମଣ

ଆନନ୍ଦପୁର: ଆନନ୍ଦପୁର କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାଶଙ୍କୁ କ‌ଲେଜ ପରିସରରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। କଲେଜରୁ ବିଦା ହୋଇଥିବା ଜଣେ ମହିଳା କର୍ମଚାରୀ ଊର୍ମିଳା ପାତ୍ର ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏନେଇ କଲେଜ ପକ୍ଷରୁ ଆନନ୍ଦପୁର ଥାନାରେ ଏତଲା ଦିଆଯାଇଛି।

ପ୍ରାପ୍ତ ସୂଚନା ଅନୁସାରେ, ଶ୍ରୀ ଦାଶ କଲେଜ ଅଧ୍ୟକ୍ଷ ଥିବା ସମୟରେ ଲାବୋରଟୋରି ଆଟେଣ୍ଡାଣ୍ଟ ଥିବା ଊର୍ମିଳାଙ୍କୁ ଗର୍ଭର୍ଣ୍ଣିଂ ବଡିର ନିଷ୍ପତିକ୍ରମେ ୨୦୨୧ ଜୁନ୍ ୨୯ ରେ ଚାକିରିରୁ ନିଲମ୍ବିତ କରାଯାଇଥିଲା। ଆଜି ଦିନ ପ୍ରାୟ ୧୨ଟାବେଳେ ପୂର୍ବତନ ଅଧ୍ୟକ୍ଷ ଶ୍ରୀ ଦାଶ କଲେଜକୁ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା ବେଳେ ଖବର ପାଇ ଊର୍ମିଳା ସେଠାରେ ପହଞ୍ଚିଥିଲେ। ତାଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମଧ୍ୟ ମାରିଥିଲେ।

ଏପରିକି ଏକ ବ୍ଲେଡ୍‌ରେ ପୂର୍ବତନ ଅଧ୍ୟକ୍ଷ ଶ୍ରୀ ଦାଶଙ୍କ ହାତକୁ କାଟି ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି। ତାଙ୍କ କାର୍‌କୁ ପଥର ମାଡ଼ କରିଛନ୍ତି। ଏନେଇ ଆନନ୍ଦପୁର ଥାନ‌ାରେ ଅଭିଯୋଗ ହେବା ପରେ ପୁଲିସ କେସ୍‌ ନମ୍ବର ୬୧/୨୦୨୨ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର