ଟାଙ୍ଗୀ: ଟାଙ୍ଗୀ ଥାନା ଅଞ୍ଚଳରେ ଆଜି ଦିନ ଦ୍ୱିପହରରେ ଘଟିଛି ଏକ ଚାଞ୍ଚଲ୍ୟକର ଘଟଣା। ସ୍କୁଲରୁ ଘରକୁ ସାଇକେଲରେ ଫେରୁଥିବା ଜଣେ ତୃତୀୟ ଶ୍ରେଣୀ ଛାତ୍ରୀଙ୍କ ଗଳା କାଟି ଦୁର୍ବୃତ୍ତ ତାଙ୍କର ସାଇକେଲ ନେଇ ଫେରାର ହୋଇଯାଇଛି। ଉଚ୍ଚପଦା ପଞ୍ଚାୟତ ମଣିଆ ମୌଜାରେ ଥିବା ପଦ୍ମାବତୀ ଡିଏଭି ସ୍କୁଲର ଜଣେ ଛାତ୍ରୀ ଦୀପିକା ତରାଇଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଟାଙ୍ଗୀ ଓ କଟକ ବଡ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣା ପଛର କାରଣ ସ୍ପଷ୍ଟ ଜଣାପଡିନଥିବାବେଳେ ଏସଂପର୍କରେ ପୁଲିସ ନିକଟରେ ମଧ୍ୟ ଅଭିଯୋଗ ହୋଇନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି ବୋଲି କଟକ ଗ୍ରାମାଞ୍ଚଳ ଏସ୍ପି ମାଧବ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ, ଟାଙ୍ଗୀ ଥାନା ଅନ୍ତର୍ଗତ ଉଚ୍ଚପଦା ପଞ୍ଚାୟତର ମଣିଆ ମୌଜାରେ ରହିଛି ପଦ୍ମାବତୀ ଡିଏଭି ସ୍କୁଲ। ମାହାଙ୍ଗା ଥାନା ମଉଦା ଗ୍ରାମ ଦିଗାମ୍ବର ତରାଇଙ୍କ ଝିଅ ଦୀପିକା ପିଲା ଦିନରୁ ମାମୁଁ ଘରେ ଅର୍ଥାତ୍ ଟାଙ୍ଗୀ ଥାନା ଉଚ୍ଚପଦା ପଞ୍ଚାୟତର ଝାଡ଼େଶ୍ୱର କଡ଼େଇ ଗ୍ରାମରେ ରହି ପାଠ ପଢୁଥିଲେ। ଅଜା ବ୍ରହ୍ମାନନ୍ଦ ସାହୁଙ୍କ ପାଖରେ ରହି ଦୀପିକା ନିକଟସ୍ଥ ପଦ୍ମାବତୀ ଡିଏଭି ସ୍କୁଲରେ ଷ୍ଟାଣ୍ଡାର୍ଡ ୩ରେ ପାଠ ପଢ଼ୁଛନ୍ତି। ପ୍ରତିଦିନ ପରି ସାଇକଲରେ ସେ ଆଜି ସ୍କୁଲ ଯାଇଥିଲେ। ଛୁଟି ହେବା ପରେ ଦିନ ପ୍ରାୟ ୩ଟାବେଳେ ସ୍କୁଲରୁ ଫେରିବା ବାଟରେ ମଣିଆ ଗ୍ରାମର ଆର୍.ଏସ୍.ବି ମେଡିକାଲ ନିକଟସ୍ଥ ଜଙ୍ଗଲିଆ ରାସ୍ତାରେ କେହି ଜଣେ ଦୁର୍ବୃତ୍ତ ଦୀପିକାଙ୍କ ଗଳାକୁ ଏକ ଧାରୁଆ ଅସ୍ତ୍ରରେ କାଟି ପକାଇ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲା। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତଳେ ପଡ଼ିଥିବା ବେଳେ ରାସ୍ତାରେ ଯାଉଥିବା ମାମୁଁ ଘର ଗାଁର ଜଣେ ଯୁବକ ଦୀପିକାଙ୍କୁ ଉଦ୍ଧାର କରିବା ସହ ମାମୁଁ ଦୁଷ୍ମନ୍ତଙ୍କୁ ଘଟଣା ସଂପର୍କରେ ଖବର ଦେଇଥିଲେ। ଆମ୍ବୁଲାନ୍ସରେ ତୁରନ୍ତ ଦୀପିକାଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଅଣାଯାଇଥିଲେ ହେଁ ପ୍ରବଳ ରକ୍ତସ୍ରାବ ହୋଇ ଅବସ୍ଥା ଗୁରୁତର ହେବାରୁ ଦୀପିକାଙ୍କୁ ତୁରନ୍ତ କଟକ ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଧାରୁଆ ଅସ୍ତ୍ରରେ ଗଳାର ୫୦ ପ୍ରତିଶତ କଟିଯାଇଥିବା ବେଳେ ପ୍ରବଳ ରକ୍ତସ୍ରାବ ହୋଇ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ତେବେ ଘଟଣାସ୍ଥଳରୁ ଦୀପିକାଙ୍କ ସାଇକଲ ମିଳିନଥିବା ବେଳେ ଦୁର୍ବୃତ୍ତ ସାଇକଲ ଛଡ଼ାଇ ନେଇଥିବା ଜଣାପଡିଛି। ୧୦ ବର୍ଷୀୟା ଛାତ୍ରୀ ଦୀପିକାର ସାଇକେଲ ପାଇଁ ଗଳାକାଟି ଭୟଭୀତ କରିନେଇଥିବା ଆଲୋଚନା କରାଯାଉଥିବା ବେଳେ ଏହା ପଛରେ ସାଇକେଲ ନା ଅନ୍ୟକିଛି କାରଣ ରହିଛି, ତାହା ସ୍ପଷ୍ଟ ଜଣାପଡୁନାହିଁ।
ଟାଙ୍ଗୀରେ ଚାଞ୍ଚଲ୍ୟ : ସ୍କୁଲ୍ ଛାତ୍ରୀଙ୍କ ଗଳା କାଟି ଦୁର୍ବୃତ୍ତ ଫେରାର
/sambad/media/post_attachments/wp-content/uploads/2017/10/crt8.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)