ରାଜନଗର: ଆଜି ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ବେଳେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍ ଅନ୍ତର୍ଗତ ଡେରା ପଞ୍ଚାୟତ ଗୋଖଣୀ ଗାଁରେ ଅଭାବନୀୟ ଘଟଣା ଘଟିଛି। ଭୋଟର ତାଲିକାରେ ନାଁ ନ ଥିବା ଜଣେ ଯୁବକ ଏଜେଣ୍ଟ୍ ରହିଥିବା ଘଟଣାକୁ ନେଇ ତୁମୁଳକାଣ୍ତ ଘଟିଛି। ଏକ ନିର୍ଦ୍ଦିଷ୍ଟ ଦଳର ଜଣେ ଯୁବକ ପ୍ଲାଷ୍ଟିକ୍ ପାଇପ୍ରେ ଡ୍ୟୁଟିରେ ଥିବା ପୁଲିସ ସବ୍-ଇନ୍ସପେକ୍ଟର୍ଙ୍କୁ ପିଟିଛନ୍ତି। ସ୍ଥିତି ନିୟନ୍ତ୍ରଣ କରିବାକୁ ସବ୍-ଇନ୍ସପେକ୍ଟର୍ ଜଣଙ୍କ ନିଜ ସର୍ଭିସ ରିଭଲ୍ଭର୍ ଦେଖାଇ ଲୋକଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରିଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି।
ସୂଚନା ଅନୁସାରେ, ଡେରା ପଞ୍ଚାୟତ ଗୋଖଣୀ ଗାଁର ଗୋଖଣୀ ପ୍ରାଥମିକ ବିଦ୍ୟାଳୟରେ ୩ନଂ. ଓ ୪ନଂ. ୱାର୍ଡର ୨ଟି ବୁଥ୍ ହୋଇଥିଲା। ୩ନଂ. ବୁଥ୍ରେ ସମିତିସଭ୍ୟାଙ୍କ ପାଇଁ ସେହି ଗାଁର ପ୍ରଭାକର ପରିଡ଼ା ଏଜେଣ୍ଟ୍ ରହିଥିଲେ। ହେଲେ, ଭୋଟର୍ ତାଲିକାରେ ପ୍ରଭାକରଙ୍କ ନଁା ନଥିବାରୁ ଅଭିଯୋଗ ପରେ ବୁଥ୍ରେ ନିୟୋଜିତ ପୁଲିସ କର୍ମଚାରୀ ତାଙ୍କୁ ଭୋଟଗ୍ରହଣ କେନ୍ଦ୍ରରୁ ବାହାର କରି ଦେଇଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ପ୍ରଭାକର ଭୋଟ୍ ଗ୍ରହଣ କେନ୍ଦ୍ରକୁ ବାହାରପଟୁ ବନ୍ଦ କରିଦେଇଥିଲେ। ଏହାକୁ ନେଇ ଉତ୍ତେଜନା ହୋଇଥିଲା।
ପରେ ପୁଲିସ୍ ଆସି ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡ଼ାଇବାବେଳେ ବ୍ଲକ କଂଗ୍ରେସ କମିଟି ସଭାପତି ଦେବେନ୍ଦ୍ର କୁମାର ଜେନାଙ୍କ ସହ ଯୁକ୍ତିତର୍କ ହୋଇଥିଲା। ଏହି ସମୟରେ ଜଣେ ଯୁବକ ହଠାତ୍ ସେଠାରେ ପହଞ୍ଚି ଚାନ୍ଦୋଳ ଫାଣ୍ତି ସବ୍ଇନ୍ସପେକ୍ଟର ସୌମ୍ୟରଂଜନ ପାଣିଗ୍ରାହୀ ଧରିଥିବା ପ୍ଲାଷ୍ଟିକ୍ ପାଇପ୍କୁ ଛଡାଇ ନେଇ ସେଇଥିରେ ତାଙ୍କୁ ପିଟିଥିଲେ। ସବ୍-ଇନ୍ସପେକ୍ଟର ପାଣିଗ୍ରାହୀ ମୁହଁ ବୁଲାଇ ଦେବାରୁ ବେକରେ ଶକ୍ତ ପ୍ରହାର ବସିଥିଲା। ଏହାପରେ ଶ୍ରୀ ପାଣିଗ୍ରାହୀ ସର୍ଭି୍ସ ରିଭଲଭର୍ କାଢି ଉତ୍ତ୍ୟକ୍ତ ଲୋକଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରିଥିଲେ। କିଛି ସମୟ ପରେ ରାଜନଗର ଆଇଆଇସି ତପନ କୁମାର ନାୟକ ପୁଲିସ ଫୋର୍ସ ସହ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲେ।
ପ୍ଲାଷ୍ଟିକ୍ ପାଇପ୍ରେ ପୁଲିସକୁ ପିଟିଲେ
ସର୍ଭିସ୍ ରିଭଲଭର୍ ଦେଖାଇ ଡରାଇଲେ ପୁଲିସ ଏସ୍.ଆଇ
/sambad/media/post_attachments/wp-content/uploads/2022/02/22-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)