ପୂର୍ବ ବିବାଦକୁ କେନ୍ଦ୍ରକରି ଆକ୍ରମଣ

ଚାରିଛକ : ଚାରିଛକ ଫାଣ୍ତି ଅନ୍ତର୍ଗତ ସୁଧବାରିମୂଳ ଗ୍ରାମର ଜଣେ ମହିଳାଙ୍କୁ ଅସଦାଚରଣ କରିବା ସହିତ ତାଙ୍କ ସ୍ବାମୀଙ୍କୁ ରାସ୍ତାରୁ ଟେକିନେଇ ପ୍ରାଣାତ୍ମକ ଆକ୍ରମଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ ଘରେ କେହି ନ ଥିବାର ସୁଯୋଗ ନେଇ ବଂଶୀଧର ଭୋଇ,ସାଗର ଭୋଇ,ମଂଟୁ ଭୋଇ,ଦିପା ଭୋଇ,ଅଜୁ ଭୋଇ,ରୋହିତ ଭୋଇଙ୍କ ସମେତ ୧୫ ଜଣ ବ୍ୟକ୍ତି ସୁମିତ୍ରାଙ୍କ ଘରେ ପଶି ଆସବାବପତ୍ର ଭଙ୍ଗାରୁଜା କରିବା ସହିତ୭ ହଜାର ଟଙ୍କା ଲୁଟି ନେଇଥିବା ସୁମିତ୍ରା ମଲ୍ଲିକ ଅଭିଯୋଗ କରିଥିଲେ। ସୁବିତ୍ରାଙ୍କ ସ୍ବାମୀ ଭ୍ରମର ରାସ୍ତାରେ ଯାଉଥିବା ସମୟରେ ଏମାନଙ୍କ ମଧ୍ୟରୁ କେତେକ ଯୁବକ ତାଙ୍କୁ ଟେକିନେଇ ପ୍ରାଣାତ୍ମକ ଆକ୍ରମଣ କରିଥିଲେ। ଭ୍ରମର ଆହତ ଅବସ୍ଥାରେ ଚିକିତ୍ସାଧିନ ଅଛନ୍ତି। ସେହିପରି ବଂଶୀଧର ଭ୍ରମରଙ୍କ ବିରୋଧରେ ପାଲଟା ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ପୁଲିସ ୨୮୨/୨୨ ଏବଂ ୨୮୩/ ୨୨ରେ ୨ଟି ପୃଥକ ମାମଲା ରୁଜୁକରି ଘଟଣାର ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର