ଭବାନୀପାଟଣା : ଭବାନୀପାଟଣା ଶକ୍ତିନଗରପଡ଼ାର ବରୁଣ ନିଆଲଙ୍କୁ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପ୍ରାଣାନ୍ତକ ଆକ୍ରମଣ ହୋଇଥିବା ଜଣାପଡ଼ିଛି।
ପୁଲିସ ସୂତ୍ରରୁ ପ୍ରକାଶ ଭବାନୀପାଟଣା ଶକ୍ତିନଗରପଡ଼ାର ବରୁଣ ନିଆଲଙ୍କୁ ଅର୍କାବାହାଲି ପଡ଼ାର ଡମ୍ବରୁ ହରପାଲ (୪୫), ସଂଜୟ ବେହେରା (୪୦), ଶ୍ରବଣ ବେହେରା ଓ ଶୁଭମ ବେହେରା ଗତ ୯ ତାରିଖରେ ମାରଣାସ୍ତ୍ର ଦେଖାଇ ଘରୁ ଉଠାଇ ନେବା ସହ ପ୍ରାଣାନ୍ତକ ଆକ୍ରମଣ କରି ଅଚେତ ଅବସ୍ଥାରେ ଶାନ୍ତିନଗରପଡ଼ା ନାଳ ପାଖରେ ଫିଙ୍ଗି ଦେଇ ଫେରାର ହୋଇଯାଇଥିଲେ। ବରୁଣଙ୍କୁ ଗୁରୁତର ଅବସ୍ଥାରେ କିଛି ଲୋକ ଉଦ୍ଧାର କରି ଭବାନୀପାଟଣା ସଦର ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ବର୍ତ୍ତମାନ ମଧ୍ୟ ସେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।
ଏନେଇ ଭବାନୀପାଟଣା ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଛି। ଏନେଇ ଆଇଆଇସି ପ୍ରଦୀପ ଧରୁଆଙ୍କୁ ପଚାରିବାରୁ ଏକ ମାମଲା ରୁଜୁ ହୋଇ ଘଟଣାର ତଦନ୍ତ ଚାଲିଛି। ଏଥିରେ ସଂପୃ୍କ୍ତ ଥିବା ବ୍ୟକ୍ତିମାନେ ଫେରାର ଅଛନ୍ତି ବୋଲି ପୁଲିସ କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/clash-f.jpg)