କୁଚିଣ୍ଡା : ସୋମବାର ରାତି ପ୍ରାୟ ସାଢ଼େ ୯ଟା ସମୟରେ ହଠାତ ଜଣେ ଦୁର୍ବୃତ୍ତ କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନାରେ କାର୍ଯ୍ୟରତ ମେଡିସିନ ବିଭାଗର ଡା. ସୁବୋଧ ନାୟକଙ୍କୁ ଆକ୍ରମଣ କରି ଫେରାର ହୋଇଯାଇଥିଲା। ଡା. ନାୟକଙ୍କ ମୁଣ୍ଡ ଫାଟି ୧୦ଟି ଷ୍ଟିଚ୍ ପଡ଼ିଛି। ତାଙ୍କୁ ବର୍ତ୍ତମାନ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣା ପରେ ଥାନାରେ ହତ୍ୟା ଉଦ୍ୟମ ଅଭିଯୋଗରେ ଏକ ମାମଲା ରୁଜୁ ହୋଇଛି।
ସିସିଟିଭି ଫୁଟେଜରେ ଆକ୍ରମଣକାରୀ ଦୁର୍ବୃତ୍ତକୁ ଚିହ୍ନଟ କରାଯାଇଥିବା ସହ କୁଚିଣ୍ଡା ଆଇଆଇସି ଅମିତାଭ ପଣ୍ଡାଙ୍କ ନେତୃତ୍ୱରେ ପୁଲିସ ତିନିଟି ଟିମ ତାକୁ ଧରିବା ପାଇଁ ଗଠନ କରିଛି। ଅଭିଯୁକ୍ତ ଯୁବକ ମିଥୁନ ସୋନି ଓରଫ ମୂଷା ଓରଫ ରିଙ୍କୁ ବୋଲି ଚିହ୍ନଟ କରାଯାଇଛି। ପୁଲିସ ଫେରାର ମୂଷା ସୋନି କିମ୍ବା ତା’ର କୌଣସି ସହଯୋଗୀକୁ ବର୍ତ୍ତମାନ ସୁଦ୍ଧା ଗିରଫ କରିପାରିନାହିଁ। ଏହି ଘଟଣା କୁଚିଣ୍ଡା ଡାକ୍ତରଖାନାରେ ଉତ୍ତେଜନା ସୃଷ୍ଟି କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/Kuchinda-Injured-Dr-Subodh-Nayak.jpg)