ପୂର୍ବଶତ୍ରୁତାକୁ ନେଇ ଯୁବକଙ୍କୁ ହତ୍ୟା ଉଦ୍ୟମ ଘଟଣା, ୨ ଗିରଫ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଖରିଆର ରୋଡ଼ ଥାନା ଅନ୍ତର୍ଗତ ଏଲ୍‌ଡିପଡ଼ାର ଦୁଇଜଣ ଯୁବକଙ୍କୁ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା ଉଦ୍ୟମ ଘଟଣାରେ ପୁଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଦ୍ବୟ ହେଲେ ଏଲ୍‌ଡିପଡ଼ାର ରିଷି ବାଗ (୨୪ବର୍ଷ) ଓ ଆକାଶ ବାବାରିଆ (୨୫ ବର୍ଷ)।

ପୁଲିସ ସୂତ୍ରରୁ ପ୍ରକାଶ ଯେ ଗତ ୧୨ ତାରିଖ ରାତି ୭ଟା ସମୟରେ ଆମସେନା ଗ୍ରାମ ଚାଉଲମୁଣ୍ଡା ରୋଡ଼ଠାରେ ପଙ୍କଜ ଜାଲ, ମନୁ ଜଗତ ଛିଡ଼ା ହୋଇଥିଲେ। ଏହି ସମୟରେ ରିଷି, ସୋନୁ ଓ ଆକାଶ ପହଞ୍ଚି ଉଭୟଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ପରେ ହତ୍ୟା ଧମକ ମଧ୍ୟ ଦେଇଥିଲେ। ଗୁରୁତର ଆହତ ପଙ୍କଜ ଓ ମନୁଙ୍କୁ ଖରିଆର ରୋଡ଼ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ନୂଆପଡ଼ା ଡାକ୍ତରଖାନା ନିଆଯାଇଥିଲା। ସେଠାରୁ ବୁର୍ଲା ପଠାଯାଇଥିଲା। ଏନେଇ ଆହତଙ୍କ ପରିବାର ପକ୍ଷରୁ ଖରିଆର ରୋଡ଼ ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ଏକ ମାମଲ ରୁଜୁ କରି ରିଷି ଓ ଆକାଶଙ୍କୁ ଗିରଫ କରିବା ସହ ବୁଧବାର କୋର୍ଟଚାଲାଣ କରିଛି ବୋଲି ଥାନା ଅଧିକାରୀ ଅନିରୁଦ୍ଧ ମୁଦୁଲି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର