ବ୍ରହ୍ମପୁର : ନୂଆବର୍ଷର ପ୍ରଥମ ଦିନରେ ମଦ ପାଇଁ ଆକ୍ରମଣ। ବ୍ରହ୍ମପୁର ସଦର ଥାନା ଜଗଦଳପୁର ଗ୍ରାମରେ ମଦ ପାଇଁ ଜଣେ ଯୁବକଙ୍କୁ ଇଟାରେ ଛେଚି ହତ୍ୟା ଉଦ୍ୟମ ହୋଇଛି। ଗୁରୁତର ଅବସ୍ଥାରେ ସମ୍ପୃକ୍ତ ଯୁବକ ବୁଲୁ ଦାସଙ୍କୁ ଉଦ୍ଧାର କରି ଏମ୍କେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।
ସୂଚନା ଅନୁସାରେ ଶନିବାର ଦିନ ପ୍ରାୟ ସାଢ଼େ ୧୧ଟା ବେଳେ ଜଗଦଳପୁର ଗ୍ରାମର ବୁଲୁ ଗାଁର କାଳୁଆ ମନ୍ଦିର ରାସ୍ତା ଦେଇ ଆସୁଥିଲେ। ଏହି ସମୟରେ ଜଗଦଳପୁର ଗ୍ରାମର ପିଣ୍ଟୁ ଦାସ ନାମକ ଜଣେ ଯୁବକ ମଦ ପିଇବା ପାଇଁ ତାଙ୍କୁ ୫୦ଟଙ୍କା ମାଗିଥିଲେ। ହେଲେ ବୁଲୁ ଟଙ୍କା ଦେବା ପାଇଁ ମନା କରି ଦେଇଥିଲେ। ଏଥିରେ ପିଣ୍ଟୁ ଉତ୍ତ୍ୟକ୍ତ ହୋଇ ନିକଟରେ ପଡ଼ିଥିବା ଏକ ଇଟାଖଣ୍ଡରେ ବୁଲୁଙ୍କ ମୁଣ୍ଡକୁ ଛେଚି ଦେଇଥିଲା। ବୁଲୁଙ୍କ ମୁଣ୍ଡ ଫାଟି ଯାଇଥିବା ବେଳେ ସେ ତଳେ ପଡ଼ି ଯାଇଥିଲେ। ଘଟଣା ପରେ ପିଣ୍ଟୁ ଫେରାର୍ ହୋଇଯାଇଥିଲା।
ଖବର ପାଇ ନିମଖଣ୍ଡି ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଗୁରୁତର ଥିବା ବୁଲୁଙ୍କୁ ଉଦ୍ଧାର କରି ଏମ୍କେସିଜି ମେଡିକାଲ ସ୍ଥାନାନ୍ତର କରିଥିଲା। ପୁଲିସ ବିଭିନ୍ନ ସ୍ଥାନର ଚଢ଼ଉ କରି ପିଣ୍ଟୁକୁ କାବୁ କରିଥିବା ସୂଚନା ମିଳିଛି। ପ୍ରକାଶ ଥାଉ କି ଗତ ୪ବର୍ଷ ତଳେ ଜଗଦଳପୁର ଗ୍ରାମରେ ମଦ ପିଇବା ପାଇଁ କିଛି ଯୁବକ ବିଜୟ ଡାକୁଆ ନାମକ ଜଣେ ଯୁବକଙ୍କୁ ଟଙ୍କା ମାଗିଥିଲେ। ସେ ଟଙ୍କା ନଦେବାରୁ ତାଙ୍କୁ ପିଟିପିଟି ହତ୍ୟା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/murder-h.jpg)