ପିଲେଟ ଚୋରି ଉଦ୍ୟମ କରି ୪ ଗିରଫ

ଦାନଗଦୀ: କଳିଙ୍ଗନଗର ଶିଳ୍ପାଞ୍ଚଳର ବିଆରପିଏଲ କାରଖାନାରୁ ପିଲେଟ୍‌ ବୋଝେଇ କରି ପାରାଦୀପ ଯାଉଥିବା ଦୁଇଟି ଟ୍ରକ୍‌କୁ ପୁଲିସ ଜବତ କରିଛି। ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ପଶ୍ଚିମବଙ୍ଗର ମାନସ ଚକ୍ରବର୍ତ୍ତୀ(୫୪), କେନ୍ଦ୍ରାପଡ଼ା ଥାନା ଦିଲାରପୁର ଅଞ୍ଚଳର ସୟଦ ମମତାଜ ଅଲ୍ଲୀ(୫୦), ବଡ଼ଚଣା ଥାନା ଶାନ୍ତିପୁର ଗ୍ରାମର ସୁରେନ୍ଦ୍ର ସେଠୀ(୫୮) ଓ ଏହି ଥାନା ଅନ୍ତର୍ଗତ କୋହ୍ଲସାହିର ପରମାନନ୍ଦ ପାତ୍ର(୫୭)।

ନକଲି କାଗଜପତ୍ର ପ୍ରସ୍ତୁତ କରି ଅଭିଯୁକ୍ତମାନେ ଟ୍ରକ୍‌ ଦୁଇଟିକୁ ପାରାଦୀପ ପରିବର୍ତ୍ତେ ପଶ୍ଚିମବଙ୍ଗ ନେଇ ଯାଉଥିଲେ। କାଳିଆପାଣି ଥାନା ଭାଲୁକିପାତାଳ ଗ୍ରାମର ବୀରେନ୍ଦ୍ର ମହାନ୍ତଙ୍କଠାରୁ ଅଭିଯୋଗ ପାଇ ପୁଲିସ ପଶ୍ଚିମବଙ୍ଗ ଯାଉଥିବା ପିଲେଟ୍‌  ବୋଝେଇ ଗାଡ଼ି ଦୁଇଟିକୁ ଜବତ କରିଥିଲା। ଏହି ଘଟଣାରେ ସମ୍ପୃକ୍ତ ଥିବା ଲୋକମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଯାଜପୁରରୋଡ ଅଞ୍ଚଳରୁ ଗିରଫ କରିଥିଲା। ନକଲି ପରିବହନ କାଗଜପତ୍ର ପ୍ରସ୍ତୁତ କରାଯାଇ ଏହି ପିଲେଟ୍‌କୁ ପଶ୍ଚିମବଙ୍ଗର ଜଣେ ମାଫିଆକୁ ୩ ଲକ୍ଷ ଟଙ୍କାରେ ବିକ୍ରି ପାଇଁ ମୂଲଚାଲ ହୋଇଥିଲା।

ସମ୍ବନ୍ଧିତ ଖବର