ପ୍ରଧାନଶିକ୍ଷକଙ୍କୁ ହତ୍ୟା ଉଦ୍ୟମ, ଅଭିଯୁକ୍ତ ଗିରଫ

Advertisment
ପ୍ରଧାନଶିକ୍ଷକଙ୍କୁ ହତ୍ୟା ଉଦ୍ୟମ, ଅଭିଯୁକ୍ତ ଗିରଫ

ଦେବଗଡ଼ : ଦେବଗଡ଼ ଥାନା ବୃନ୍ଦାବନପୁର ଗ୍ରାମ ଚକାଡୋଳା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ହତ୍ୟା ଉଦ୍ୟମ କରିବା ଅଭିଯୋଗରେ ଗୁରୁବାର ଜଣେ ଯୁବକକୁ ଦେବଗଡ଼ ଥାନା ପୁଲିସ ଗିରଫ କରିଛି। ଗିରଫ ଯୁବକ ହେଲା ଉକ୍ତ ଗ୍ରାମର କ୍ଷେତ୍ରବାସୀ ଧଳ।

ପୁଲିସ ସୂଚନା ଅନୁଯାୟୀ ପ୍ରଧାନଶିକ୍ଷକ ସନ୍ତୋଷ କୁମାର ସାହୁ ବୁଧବାର ବିଦ୍ୟାଳୟରେ ଥିବାବେଳେ କ୍ଷେତ୍ରବାସୀ ସ୍କୁଲ ଭିତରକୁ ପଶି ଶିକ୍ଷକ/ଶିକ୍ଷୟତ୍ରୀମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଳଜ କରିବା ସହ ହତ୍ୟା ଧମକ ଦେଉଥିଲା। ଏହି ସମୟରେ ପ୍ରଧାନଶିକ୍ଷକ ଶ୍ରୀ ସାହୁ ସନ୍ତୋଷକୁ ଏଭଳି ନ କରିବାକୁ ବାରଣ କରିଥିଲେ। ମାତ୍ର ସେ ହାତରେ ଧରିଥିବା କୋଦାଳରେ ତାଙ୍କୁ ଆକ୍ରମଣ କରିବା ସହ ମୋବାଇଲ ଫୋନ ଛଡ଼ାଇ ନେଇଥିଲା। ସେହିପରି ବିଦ୍ୟାଳୟରେ ଥିବା ଅନ୍ୟ କର୍ମଚାରୀଙ୍କୁ ହତ୍ୟା ଧମକ ଦେଇ ଭୟଭୀତ କରିଥିଲା। ତେବେ ଆକ୍ରମଣର ଶିକାର ହୋଇଥିବା ପ୍ରଧାନଶିକ୍ଷକ ଶ୍ରୀ ସାହୁ ଚିକିତ୍ସିତ ହେବା ପରେ ସନ୍ଧ୍ୟାରେ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗକୁ ଭିତ୍ତି କରି ପରେ ଦେବଗଡ଼ ଥାନା ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହ ଆଜି ଗିରଫ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe