ଲୁଟ୍‌ ଉଦ୍ୟମ, ୩ ଗିରଫ

ତୁଷୁରା: ତୁଷୁରା ଥାନା ଅନ୍ତର୍ଗତ ଚିଂଚେଡ଼ ଗ୍ରାମ ନିକଟ ନଦୀ ପୋଲ ଉପରେ ଲୁଟ୍‌ ଉଦ୍ୟମ ହୋଇଛି। ଚିଂଚେଡ଼ ଗ୍ରାମର ଚୈତନ୍ୟ ରଣା ରାତିରେ ବାଇକ୍‌ ଯୋଗ‌େ ଘରକୁ ଫେରୁଥିଲେ। ଏହି ‌ସମୟରେ ପୋଲ ଉପରେ ୩ ଜଣ ଯୁବକ ତାଙ୍କୁ ଅଟକାଇ ମାଡ଼ ମାରିବା ସହ ମୋବାଇଲ ଫୋନ୍‌, ପର୍ସ ଓ ବାଇକ୍‌ ଚାବି ଲୁଟି ନେଇଥିଲେ।

ଏନେଇ ପ‌ରେ ଚୈତନ୍ୟ ପୁଲିସ ହେଲ୍‌ପଲାଇନ ନମ୍ବରରେ ଅଭିଯୋଗ କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଏହି ମାମଲାରେ ରୁଷୁଡ଼ା ଗ୍ରାମର ରିଣ୍ଟୁ ମାଝୀ (୨୫), ରାହୁଲ ଭୋଇ (୨୦), ନିରଜ ଭୋଇ(୨୪)ଙ୍କୁ ପୁଲିସ ଗିରଫ କରି ବଲାଙ୍ଗୀର କୋର୍ଟଚାଲାଣ କରିଛି। ସେମାନଙ୍କ ପାଖରୁ ଲୁଟ୍‌ ସାମଗ୍ରୀ ଜବତ କରାଯାଇଛି ବୋଲି ଥାନାଧିକାରୀ ସଂଜୀବ ପଧାନ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର