ପୁରୀ : ଶ୍ରୀମନ୍ଦିର ନାଟମଣ୍ଡପକୁ ଉଠିଯାଇ ସୋମବାର ଦିନ ଜଣେ ଯୁବକ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଛନ୍ତି। ପୁଲିସ, ଜେଟିପି, ସେବାୟତ ଏବଂ ଅଗ୍ନିଶମ ବିଭାଗର ଆଗ୍ନିକମାନେ ମିଳିତଭାବେ ତାଙ୍କୁ ତଳକୁ ଆଣି ସିଂହଦ୍ବାର ଥାନା ଜିମାରେ ଦେଇଥିଲେ। ତାଙ୍କ ବିରୋଧରେ ମାମଲା ରୁଜୁ ସହ କୋର୍ଟଚାଲାଣ କରାଯାଇଥିବା ଜଣାପଡ଼ିଛି।
ଏହି ଯୁବକ ହେଲେ, ପଶ୍ଚିମବଙ୍ଗର ମୁର୍ସିଦାବାଦ ଜିଲ୍ଲା ବେଲଡ଼ଙ୍ଗା ଥାନା ଅଞ୍ଚଳର ପ୍ରତାପ ହାଜରାଙ୍କ ପୁଅ ରାକେଶ ହାଜରା(୨୦)।
ସୋମବାର ଦିନ ସାଢ଼େ ୧୨ଟା ସମୟରେ ରାକେଶ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ଏହାପରେ ସେ ଘଣ୍ଟିଦ୍ବାର ନିକଟକୁ ଯାଇ ସେଠାରେ ଶ୍ରୀମନ୍ଦିର ଉପରକୁ ଜବରଦସ୍ତ ଉଠିଯାଇ ନାଟମଣ୍ଡପ ଉପରକୁ ଚାଲିଯାଇଥିଲେ। ଏହା ଦେଖିବାପରେ ଭକ୍ତମାନେ ଚିତ୍କାର କରିବାରୁ ସଙ୍ଗେସଙ୍ଗେ ଜେଟିପି ଓ ପୁଲିସ ଅଗ୍ନିଶମ ବିଭାଗକୁ ଜଣାଇଥିଲେ। ଖବର ପାଇ ଆଗ୍ନିକମାନେ ପହଞ୍ଚିବା ପରେ ସମସ୍ତେ ଉଦ୍ୟମ କରି ରାକେଶଙ୍କୁ ନାଟମଣ୍ଡପ ଉପରୁ ଜବରଦସ୍ତ ତଳକୁ ଖସାଇ ଆଣିଥିଲେ। ଏହାପରେ ଗାରଦକୁ ନେବାପରେ ସେଠାରେ ତାଙ୍କ ନାମ ଓ ଠିକଣା ଆଦି ଟିପି ତାକୁ ସିଂହଦ୍ବାର ଥାନା ଜିମାରେ ଦିଆଯାଇଥିଲା। ତେଣୁ ଶ୍ରୀମନ୍ଦିର ଉପରକୁ ଜବରଦସ୍ତ ଚଢ଼ିଥିବା ଅଭିଯୋଗରେ ସିଂହଦ୍ବାର ଥାନା ପୁଲିସ ୪୧/୨୨ ନମ୍ବରରେ ଏକ ମାମଲା ରୁଜୁ କରିବା ସହିତ ଚିକିତ୍ସା ପରେ ତାଙ୍କୁ କୋର୍ଟଚାଲାଣ କରିଛି।
/sambad/media/post_attachments/wp-content/uploads/2022/05/puri-aaadfff.jpg)
ଅନ୍ୟପକ୍ଷରେ, ପନ୍ଦର ଦିନ ମଧ୍ୟରେ ଦୁଇ ଦୁଇଟି ଘଟଣା ଘଟିଥିବାରୁ ପୁଲିସର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କିଛିଦିନ ପୂର୍ବେ ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣାକୁ ନେଇ ସାରାଦେଶରେ ହଇଚଇ ସୃଷ୍ଟି ହୋଇଥିଲା। ଗତ ୨ ତାରିଖ ଦିନ ଜଣେ କିନ୍ନର ସିଂହଦ୍ବାର ଗୁମୁଟ ଉପରୁ ତଳକୁ ଡେଇଁ ଆତ୍ମହତ୍ୟା କରିଥିବାବେଳେ ଆଜି ଜଣେ ଯୁବକ ଆତ୍ମହତ୍ୟା କରିବା ପାଇଁ ନାଟମଣ୍ଡପ ଉପରକୁ ଉଠିଯାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/Question-Over-Suicide-Attempt-in-ShreeMandir_Thumbnail.jpg)