ସୁନା ଦୋକାନରୁ ଚୋରି ଉଦ୍ୟମ, ଜଣେ ଗିରଫ

ରସୁଲପୁର : କୁଆଖିଆ ଥାନା ଅନ୍ତର୍ଗତ ମଧୁବନ ହାଟରେ ଥିବା ସାହୁ ଜୁଏଲାରିରୁ ଗତ ୫ ତାରିଖ ରାତିରେ ଚୋରି ଉଦ୍ୟମ କରିଥିବା ଜଣେ ଯୁବକକୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ଅଭିଯୁକ୍ତ ଏହି ଥାନା ଅନ୍ତର୍ଗତ ଗୋର୍ଧା ଗ୍ରାମର ଦୁର୍ଯ୍ୟୋଧନ ସେଠୀଙ୍କ ପୁଅ ସ୍ବାଧୀନ(୧୯)। ଅଭିଯୁକ୍ତ ୫ ତାରିଖ ରାତିରେ ସ୍କାଏ ଲାଇଟ୍‌ ଭାଙ୍ଗୁଥିବା ସମୟରେ ଦୋକାନ କର୍ମଚାରୀ ଉଠିପଡ଼ିଥିଲେ। ଫଳରେ ଅଭିଯୁକ୍ତ ସ୍ବାଧୀନ ଦୌଡ଼ି ପଳାଇଥିଲା।

କୁଆଖିଆ ପୁଲିସ ଗତକାଲି ରାତିରେ ଚଢ଼ଉ କରି ସ୍ବାଧୀନକୁ ତା’ ଘରୁ ଗିରଫ କରାଯାଇଥିଲା। ତା’ ନିକଟରୁ ଗତ ୨୦୨୨ ସେପ୍ଟେମ୍ବର ୧୯ ତାରିଖରେ ଗରୁଆଳ ଗ୍ରାମର ସଞ୍ଜୀବ ସାହୁଙ୍କ ଘରୁ ଚୋରି ହୋଇଥିବା ଗୋଟାଏ ସୁନା ଲକେଟ୍ ଓ ସୁନାମୁଦି ଜବତ ହୋଇଥିଲା। ଅଭିଯୁକ୍ତ ବ୍ୟବହାର କରୁଥିବା ଓଡି-୦୨ଡବ୍ଲ୍ୟୁ-୧୮୯୮ ପଲସର୍ ବାଇକ୍‌, ଗୋଟିଏ ମୋବାଇଲ ଫୋନ୍‌ ଓ ସ୍କାଏ ଲାଇଟ୍‌ ଭାଙ୍ଗିବାରେ ବ୍ୟବହୃତ ଲୁହା ଛେଣି ଜବତ ହୋଇଛି। କୁଆଖିଆ ଥାନା କେସ୍ ନମ୍ବର ୫୨/୨୩ରେ ଆଜି ସ୍ବାଧୀନକୁ କୋର୍ଟଚାଲାଣ କରାଯାଇଛି। ଏସ୍‌ଆଇ ଭାଗବତ ମାହାଲି ତଦନ୍ତ କରୁଛନ୍ତି।

ସମ୍ବନ୍ଧିତ ଖବର