ଛାତ୍ରୀଙ୍କୁ ପୋଡ଼ି ମାରିଦେବାକୁ ଉଦ୍ୟମ ମାମଲା : ମାନସି˚ହପାଟଣାରୁ ହିଁ ଯାଇଥିଲା ଧମକପୂର୍ଣ୍ଣ ମେସେଜ୍‌

କଟକ : ମାନସି˚ହପାଟଣାର ଯୁକ୍ତ ଦୁଇ ଛାତ୍ରୀଙ୍କ ନିକଟକୁ ଆସିଥିବା ସମସ୍ତ ଧମକପୂର୍ଣ୍ଣ ମ୍ୟାସେଜ୍‌ ବୟାଳିଶମୌଜାରୁ ଆସିନାହିଁ, ବର˚ ମାନସି˚ହପାଟଣାରେ ଛାତ୍ରୀଙ୍କ ଘର ନିକଟରୁ ହିଁ ଆସିଥିବା କୁହାଯାଉଛି। ଫେସବୁକ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆଇପି(ଇଣ୍ଟରନେଟ୍‌ ପ୍ରୋଟକଲ୍‌) ଆଡ୍ରେସ୍‌ କମିସନରେଟ୍‌ ପୁଲିସକୁ ହସ୍ତଗତ ହେବା ପରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଛି। ଯେଉଁ ନକଲି ଫେସବୁକ ଆକାଉଣ୍ଟ ଖୋଲାଯାଇଥିଲା, ଆଇପି ଆଡ୍ରେସ୍‌ ଅନୁଯାୟୀ ଉକ୍ତ ଆକାଉଣ୍ଟ ମାନସି˚ହପାଟଣା ଅଞ୍ଚଳରୁ ହିଁ ଖୋଲାଯାଇଛି। ସେହିଠାରୁ ହିଁ ଆକାଉଣ୍ଟ ନିୟନ୍ତ୍ରିତ ହେଉଥିଲା। ତେବେ ସଦର ଥାନା ଅନ୍ତର୍ଗତ ବୟାଳିଶମୌଜାରେ ଛାତ୍ରୀଙ୍କ ବଡ଼ ମଉସା ଭଣଜା ନକଲି ଆକାଉଣ୍ଟରୁ ଧମକପୂର୍ଣ୍ଣ ମ୍ୟାସେଜ୍‌ ପଠାଇଥିବା ଯେଉଁ ଅଭିଯୋଗ ପରୋକ୍ଷରେ ଉଠୁଥିଲା ତାର ସତ୍ୟାସତ୍ୟ ନେଇ ଏବେ ସନ୍ଦେହ ସୃଷ୍ଟି ହେଲାଣି। ତେବେ ଖୁବ ଶୀଘ୍ର ଛାତ୍ରୀଙ୍କୁ ପୋଡ଼ି ମାରିଦେବାକୁ ଉଦ୍ୟମ ମାମଲାର ଏକ ବଡ଼ ଧରଣ ରହସ୍ୟ ପର୍ଦ୍ଦାଫାସ ହେବାକୁ ଯାଉଥିବା ଚର୍ଚ୍ଚା ହେଉଛି।

ଖ୍ରୀଷ୍ଟ କଲେଜରେ ପଢ଼ୁଥିବା ଯୁକ୍ତ ୨ ବିଜ୍ଞାନ ଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ୨୦୨୦ ଡିସେମ୍ବର ୨୬ ତାରିଖ ପରଠାରୁ ତାଙ୍କୁ ନିୟମିତ ଭାବେ ନକଲି ଆକାଉଣ୍ଟରୁ ହତ୍ୟା ଧମକ ଦିଆଯାଉଥିଲା। ପରିବାର ଲୋକେ ରାଜ୍ୟ କ୍ରାଇମବ୍ରାଞ୍ଚରୁ ଆରମ୍ଭ କରି କଟକ ଡିସିପି, ସଦର ଓ ଲାଲବାଗ ଥାନାରେ ଫେରାଦ ହୋଇସାରିଥିଲେ। ଗୁରୁବାର ଦିନ ପ୍ରାୟ ୧୧ଟା ୪୫ ବେଳେ ଛାତ୍ରୀଙ୍କ ବାପା ଧୁନଚନ୍ଦ୍ର ଦାସ ଓ ତାଙ୍କ ପତ୍ନୀ ଡିସିପିଙ୍କ କାର୍ଯ୍ୟାଳୟକୁ ଅଭିଯୋଗ କରିବାକୁ ଯାଇଥିଲେ। ଡିସିପି ଅଫିସରେ ପହଞ୍ଚିବା ପରେ ଘରେ ଅଗ୍ନିକାଣ୍ତ ଘଟିଥିବା ଛାତ୍ରୀ ଜଣକ ଫୋନ୍‌ରେ ତାଙ୍କୁ ଜଣାଇଥିବା କୁହାଯାଉଛି। ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ମାତ୍ର ୧୫ରୁ ୨୦ ମିନିଟ୍‌ ଭିତରେ ୪ ଜଣ ଦୁର୍ବୃତ୍ତ ଘରେ ପଶି ଛାତ୍ରୀଙ୍କୁ ଜିଅନ୍ତା ଜାଳି ଦେବାକୁ ଉଦ୍ୟମ କରିଛନ୍ତି। ଅଗ୍ନିକାଣ୍ତରେ ଭଡ଼ା ଘରର ଦୁଇ ବଖରା ସମ୍ପୂର୍ଣ୍ଣ ଜଳିଯାଇଥିଲା। ବଡ଼ ଆଶ୍ଚର୍ଯ୍ୟର କଥା ହେଉଛି, ଦୁଇ ବଖରା ଘର ଜଳିଯାଇଥିବା ବେଳେ ଛାତ୍ରୀଙ୍କ ଶରୀରରେ ସେଭଳି କୌଣସି ବଡ଼ ଧରଣର କ୍ଷତ ହୋଇନାହିଁ। ଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ଦୁର୍ବୃତ୍ତମାନେ ତାଙ୍କ ହାତ, ଗୋଡ଼ ବାନ୍ଧି ଦେଇଥିଲେ। ଘର ଭିତରେ ଗୋଡ଼ ହାତ ବାନ୍ଧି ଜାଳିବାକୁ ଉଦ୍ୟମ କରିବା ଏବ˚ ଛାତ୍ରୀଙ୍କ ସେଭଳି କ୍ଷତି ନହେବା ଘଟଣାକୁ ଅଧିକ ରହସ୍ୟଜନକ କଲାଣି।

କମିସନରେଟ୍‌ ପୁଲିସ ବୟାଳିଶମୌଜା ଅଞ୍ଚଳର ବଡ଼ ମଉସାଙ୍କ ଭଣଜା ଓ ତାଙ୍କ ସାଙ୍ଗଙ୍କୁ ଆଣି ଘଟଣା ସମ୍ପର୍କରେ ପଚରାଉଚରା କରିଥିଲା। ସେମାନଙ୍କ ଲାପଟପ୍‌ ଓ ମୋବାଇଲ୍‌ ଯାଞ୍ଚ କରିଥିଲା। ତାଙ୍କ ଲାପଟପ୍‌ କିମ୍ବା ମୋବାଇଲରୁ ନକଲି ଆକାଉଣ୍ଟ ଖୋଲି ଛାତ୍ରୀଙ୍କୁ ଡିସେମ୍ବର ୨୬ ତାରିଖଠାରୁ ଧମକ ଦିଆଯାଉଥିବା ଅଭିଯୋଗ ହେବାରୁ ଏଭଳି କରାଯାଇଥିଲା। କିନ୍ତୁ ଲାପଟପ୍‌ ଓ ମୋବାଇଲ୍‌ରୁ ସେଭଳି ତଥ୍ୟ ହସ୍ତଗତ ନହେବା ଘଟଣା ପଛରେ ଲୁଚି ରହିଥିବା ଅସଲ ରହସ୍ୟ ଏବେ ସମସ୍ତଙ୍କୁ ଅନ୍ଧାରରେ ରଖିଛି। ବର୍ତ୍ତମାନ ସୁଦ୍ଧା ଅଟକ ଯୁବକଦ୍ବୟଙ୍କ ବିରୋଧରେ କୌଣସି ପ୍ରକାର ମାମଲା ପୁଲିସ ରୁଜୁ କରିନଥିବା ବେଳେ ପୂରା ଘଟଣା ପଛରେ ଲୁଚି ରହିଥିବା ଦୀର୍ଘ ଦିନର ଷଡ଼ଯନ୍ତ୍ର କମିସନରେଟ୍‌ ପୁଲିସ ଖୁବ ଶୀଘ୍ର ସାମନାକୁ ଆଣିବାକୁ ଯାଉଛି। ଚାରି ଜଣ ଦୁର୍ବୃତ୍ତ ଦିନ ଦ୍ବିପ୍ରହରରେ ଘରେ ପଶି ଛାତ୍ରୀଙ୍କ ଗୋଡ଼ ହାତ ବାନ୍ଧିବା ଓ ନିଆଁ ଲଗାଇବା ସମ୍ପର୍କରେ କେହି କିଛି ଜାଣିନପାରିବା ଓ ଦୁର୍ବୃତ୍ତମାନେ ମାନସି˚ହପାଟଣା ଭଳି ଜନଗହଳି ଅଞ୍ଚଳରୁ ଖସି ପଳାଇବା ଏବେ ସନ୍ଦେହ ସୃଷ୍ଟି କଲାଣି। ଏହି ଚାଞ୍ଚଲ୍ୟକର ମାମଲା ପଛରେ ଦୁଇ ପରିବାରର ଦୀର୍ଘ ଦିନର ବିବାଦ ଥିବା ବେଳେ ବିବାଦକୁ ଅଧିକ ବଢ଼ାଇବା ପାଇଁ କେହି ସୁପରିକଳ୍ପିତ କାଣ୍ତ ଘଟାଇଥିବା ଅନୁମାନ କରାଯାଉଛି। ତେବେ କମିସନରେଟ୍‌ ପୁଲିସ ପ୍ରକୃତରେ ଅଟକ ଦୁଇ ଯୁବକଙ୍କ ବିରୋଧରେ ମାମଲା ରୁଜୁ କରୁଛି କି ଅନ୍ୟ କାହା ବିରୋଧରେ ମାମାଲା ରୁଜୁ କରୁଛି, ସେ ନେଇ ଅପେକ୍ଷା ରହିଛି।

ସମ୍ବନ୍ଧିତ ଖବର