ଦେବଗଡ଼: ବିଜେଡିର ପ୍ରତିଷ୍ଠା ଦିବସ ଅବସରରେ ମଙ୍ଗଳବାର ୨ ବିଜେଡି ବିଧାୟକ ଦେବଗଡ଼ ଆସିଥିବା ବେଳେ ସେମାନଙ୍କୁ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା କଳା ପତାକା ଦେଖାଇବାକୁ ଉଦ୍ୟମ କରୁଥିଲେ। ଘଟଣାସ୍ଥଳରେ ଦେବଗଡ଼ ଥାନା ପୁଲିସ ପହଞ୍ଚି ୮ ଜଣ ବିଜେପି ଯୁବ ନେତାଙ୍କୁ ଉଠାଇ ନେଇ ଅଟକ ରଖିଛି। ସେମାନଙ୍କ ମଧ୍ୟରେ ରହିଛନ୍ତି ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ସନ୍ତୋଷ ଭୁତିଆ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦୟାଶଙ୍କର ଦ୍ୱିବେଦୀ, ଟିକୁ ପାତ୍ର, ସମ୍ବିତ ରଣଜିତ, ବଳରାମ ରଣଜିତ। ସୂଚନାନୁସାରେ ଆଜି ବିଜେଡି ପ୍ରତିଷ୍ଠା ଦିବସ ପାଳନ କରୁଥିବାରୁ ଏକ ବାଇକ ରାଲି କରାଯାଉଥିଲା।
ଏଥିରେ ମାହାଙ୍ଗା ବିଧାୟକ ପ୍ରତାପ ଜେନା ଓ ଭଟଲି ବିଧାୟକ ସୁଶାନ୍ତ ସିଂ ଯୋଗ ଦେଇଥିଲେ। ତେବେ ସେମାନଙ୍କ ଗସ୍ତକୁ ବିଜେପି ଯୁବମୋର୍ଚ୍ଚା ତରଫରୁ ବିରୋଧ କରାଯାଇଥିଲା। ବିଧାୟକ ଶ୍ରୀ ଜେନା ବହୁ ଆପରାଧିକ ମାମଲାରେ ଜଡ଼ିତ ଥିବା ଅଭିଯୋଗ କରି ବିରୋଧ କରିଥିଲା ବିଜେପି। ତେଣୁ ସ୍ଥାନୀୟ ଶାସନ ସାହି ନିକଟରେ ବିଧାୟକ ଦ୍ବୟଙ୍କୁ କଳା ପତାକା ଦେଖାଇବାକୁ ବିଜେପି ଯୁବମୋର୍ଚ୍ଚା ନେତା ଓ କର୍ମୀମାନେ ପ୍ରସ୍ତୁତ ଥିଲେ। ମାତ୍ର ଏହା ଜାଣି ପାରି ରାଲି ଶାସନ ସାହି ନିକଟରେ ପହଞ୍ଚିବା ବହୁ ପୂର୍ବରୁ ପୁଲିସ୍ ସେଠାରେ ପହଞ୍ଚି ବିଜେପି କର୍ମକର୍ତ୍ତାଙ୍କୁ ଉଠାଇ ନେଇ ଅଟକ ରଖିଥିଲା। ପ୍ରକାଶ ଥାଉ କି, ଗତ ୧୯ ତାରିଖ ଦିନ ଉପରୋକ୍ତ ବିଧାୟକଙ୍କ ଦେବଗଡ଼ ଗସ୍ତକୁ ବିରୋଧ କରି ଜିଲ୍ଲା ଯୁବମୋର୍ଚ୍ଚା ପକ୍ଷରୁ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରାଯାଇଥିଲା। ଦେବଗଡ଼ ନିକଟବର୍ତ୍ତୀ ଜିଲ୍ଲାର କୌଣସି ବିଧାୟକଙ୍କୁ ଉତ୍ସବ ପ୍ରଧାନପାଟକୁ ଡକା ନଯାଇ ଏକ ନିର୍ଦ୍ଦିଷ୍ଟ ଦଳର ବିଧାୟକଙ୍କୁ ଡକାଯାଇଥିବାରୁ ଜିଲ୍ଲା ଯୁବମୋର୍ଚ୍ଚା ଅସନ୍ତୋଷ ପ୍ରକାଶ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/9-17.jpg)