ବ୍ୟାସନଗର,: ନୀଳାଚଳ ଇସ୍ପାତ କାରାଖାନାରୁ ଧୂଆଁ ବାହାରୁ ନ ଥିବାରୁ କାର୍ଯ୍ୟରତ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଶ୍ରମିକ ପର୍ଯ୍ୟନ୍ତ ସମସ୍ତଙ୍କ ଜୀବିକା ସଂକଟରେ। ଏହାକୁ ନେଇ ଆନ୍ଦୋଳନ ହେଉଥିଲେ ମଧ୍ୟ ସମାଧାନର ରାସ୍ତା ବାାହାରୁୁନି। ଏଭଳି ସ୍ଥିତିରେ କାରଖାନାରେ ବଭିନ୍ନନ ଠିକା କାମ କରିଥିବା ଠିକାଦାରଙ୍କ ବକେୟା ଅର୍ଥ ମଧ୍ୟ କଂପାନି ଦେଉ ନଥିବା ଅଭଭିଯୋଗ ହୋଇଛି। ଦୀର୍ଘ ୭ ମାସ ହେଲା ୩୪ଜଣ ଠିକାଦାରଙ୍କ ୧୭ କୋଟି ଟଙ୍କା ନୀଳାଚଳ କଂପାନି ଦେଇ ନଥିବା ଜଣାପଡିଛି। ଏହି ଠିକାଦାରମାନେ ଆଜିି କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ରଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଏଡିଏମ୍ ଶ୍ରୀ ମିଶ୍ରଙ୍କ ଜରିଆରେ ଜିଲ୍ଲାପାଳ, ମୁଖ୍ୟ ସଚିବ, ଡି ଏଲ୍ ସି. କାରଖାନା ମ୍ୟାନେଜିଂ ଡାଇରେକ୍ଟର, ଅତିରିକ୍ତ ଏସପି କଳିଙ୍ଗନଗର, ଆଇଆଇସି କଳିଙ୍ଗନଗରଙ୍କୁ ଅବଗତ କରିଛନ୍ତି। ଏମ୍ଏସ୍ଏମ୍ଇ ଠିକାଦାରଙ୍କ କହିବାନୁଯାୟୀ ଗତ ନଭେମ୍ବର ମାସରୁ ଫେବ୍ରୁଆରି ପର୍ଯ୍ୟନ୍ତ ସେମାନେ ବିଲ୍ ପାଇନାହାନ୍ତି। ମାର୍ଚ ମାସରେ ତିନି ମାସିଆ ଲାଇସେନ୍ସ ନବୀକରଣ ନହେବାରୁ ବାଧ୍ୟ ହୋଇ କାମ କରୁଥିବା ଶ୍ରମିକ ମାନଙ୍କୁ ବନ୍ଦ କରିଦେଇଥିଲେ। ୩୪ ଜଣ ଠିକାଦାରଙ୍କ ପାଖରେ ପାଖାପାଖି ୨ଶହ ଶ୍ରମିକ କାର୍ଯ୍ୟ କରୁଥିଲେ। ବକେୟା ମିଳୁନଥିବାରୁ ଶ୍ରମିକଙ୍କୁ ପାଉଣା ମଧ୍ୟ ଦେଇପାରୁ ନାହାନ୍ତି। ତୁରନ୍ତ ବକେୟା ବିଲ୍ ପ୍ରଦାନ କ୍ଷେତ୍ରରେ ସହଯୋଗ କରିବାକୁ ଠିକାଦାର ହେମନ୍ତ କୁମାର ଦାସ, ରଞ୍ଜିତ କୁମାର ରାଜ, ମନମୋହନ ସାମଲ, ଜୟଦେବ ନାୟକ, ଏମ୍ ଏମ୍ ନାୟକ,. ସୌମ୍ୟ ରଞ୍ଜନ ମହାପାତ୍ର, ଏସ୍ ଏସ୍ କର, ବିଦ୍ୟାଧର ପଲାର, ବିଜୟ ବେହୁରା, ସୁଶାନ୍ତ ସାହୁ, ପ୍ରଭାତ ଦେଓ, ପବିତ୍ର ନାୟକ, ବି କେ ତ୍ରିପାଠୀ, ଶୁଭାଶିଷ ଦାସମହାପାତ୍ର, ଅଜୟ ମହାନ୍ତି, ରାଜୁ କୁମାର, ନରେନ୍ଦ୍ର ସିଂହ ପ୍ରମୂଖ ଦାବି କରିଛନ୍ତି।
ବକେୟା ଦେଉନି ନୀଳାଚଳ, ୩୪ ଠିକାଦାରଙ୍କ ୧୭ କୋଟି ଟଙ୍କା ବାକି
ଏଡିଏମ୍ଙ୍କ ଦୃଷ୍ଟି ଆକର୍ଷଣ କଲେ
/sambad/media/post_attachments/wp-content/uploads/2020/11/f54h9fs798h78sfh9sfhsfhsfhsfhshfshfshfsfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)