ଏୟୁସିସି ସଭାପତି ନିର୍ବାଚନ ଆଜି: ନରମିଲେ ପ୍ରତାପ, ଦଳୀୟ ନିଷ୍ପତ୍ତି ମାନିବେ

ଅନୁଗୁଳ : ଦଳୀୟ ପ୍ରାର୍ଥୀଙ୍କ ବିରୋଧରେ ନାମାଙ୍କନପତ୍ର ଦାଖଲ କରି ବିଜେଡିରେ ବିଦ୍ରୋହ ଘୋଷଣା କରିଥିଲେ ଢେଙ୍କାନାଳ ବିଧାୟକ ସୁଧୀର ସାମଲଙ୍କ ଭିଣୋଇ ପ୍ରତାପ ଚନ୍ଦ୍ର ମଲ୍ଲିକ। କିନ୍ତୁ, ବିଦ୍ରୋହର ଦିନକ ପରେ ସେ ନରମିଛନ୍ତି। ଦଳର ବରିଷ୍ଠ ନେତାମାନେ ବୁଝାସୁଝାରେ ସେ ସନ୍ତୁଷ୍ଟ ହୋଇଯାଇଛନ୍ତି। ଅନୁଗୁଳ ସଂଯୁକ୍ତ କେନ୍ଦ୍ର ସମବାୟ(ଏୟୁସିସି) ବ୍ୟାଙ୍କର ସଭାପତି ପାଇଁ ସେ ନାମାଙ୍କନ ଭରିଥିଲେ ମଧ୍ୟ ଦଳୀୟ ପ୍ରାର୍ଥୀ ସନ୍ତୋଷ ପ୍ରଧାନଙ୍କୁ ସମର୍ଥନ କରିବେ ବୋଲି ଆଜି କହିଛନ୍ତି। ଫଳରେ ବିଜେଡିରେ ସୃଷ୍ଟି ହୋଇଥିବା ବିଦ୍ରୋହ ଏକରକମ ଥମି ଯାଇଥିବା କୁହାଯାଉଛି। ଫଳରେ, ବିଜେଡି ସମର୍ଥିତ ପ୍ରାର୍ଥୀ ସନ୍ତୋଷ ପ୍ରଧାନ ବିଜୟ ହାସଲ କରିବା ଏକପ୍ରକାର ସ୍ପଷ୍ଟ ହୋଇଯାଇଛି।

ଉଲ୍ଲେଖଯୋଗ୍ୟ ଯେ ଆଜି ପୂର୍ବାହ୍ନରେ ଅନୁଗୁଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ପାଇଁ ଭୋଟ ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର