୨୦ଟି ବାତିଲ ହୋଇଥିବା ଲୁହାପଥର ଓ ମାଙ୍ଗାନିଜ୍ ଖଣିର ସାନି ନିଲାମ ଲାଗି ୬ରେ ପ୍ରକାଶ ପାଇବ ବିଜ୍ଞପ୍ତି

ଭୁବନେଶ୍ୱର: ନିଲାମ ବାତିଲ ହୋଇଥିବା ୨୦ଟି ଖଣିର  ଖୁବ୍‌ ଶୀଘ୍ର ସାନି ନିଲାମ କରିବା ନେଇ ରାଜ୍ୟ ସରକାର ସୂଚନା ଦେଇଛନ୍ତି । ସରକାରଙ୍କ ନିଷ୍ପତ୍ତି ଅନୁସାରେ ଅକ୍ଟୋବର ୪ ଓ ୧୪ ତାରିଖରେ ନିଲାମ ଡକାଯାଇଥିବା ୨୦ଟି ଖଣିର ସାନି ନିଲାମ ପାଇଁ ଆସନ୍ତା ଡିସେମ୍ବର ୬ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ଟେଣ୍ଡର ପ୍ରକ୍ରିୟାର ଶେଷ ତାରିଖ ଜାନୁଆରି ୩ ତାରିଖ । ଏହି ଖଣିଗୁଡିକର ନିଲାମ ଅବଧି ୨୦୨୦ ମାର୍ଚ୍ଚରେ ଶେଷ ହେଉଛି । ଏ ସଂକ୍ରାନ୍ତରେ ଖଣି ନିର୍ଦେଶକ ଦୀପକ ମହାନ୍ତି କହିଛନ୍ତି ଯେ ଟେଣ୍ଡରରେ କିଛି ନୂଆ ସର୍ତ ଯୋଡିବାକୁ ରାଜ୍ୟ ସରକାର ନିର୍ଦେଶ ଦେଇଛନ୍ତି। ଏଥିପାଇଁ ୨୦ଟି ଲୁହାପଥର ଓ ମାଙ୍ଗାନିଜ୍ ଖଣିର ଲିଜ୍ ବାତିଲ ହୋଇଛି।

ତେବେ ଅକ୍ଟୋବର ୧୮ ତାରିଖରେ ଡକାଯାଇଥିବା ଆଉ ୨୦ଟି ଖଣିର ନୂଆ ନିଲାମ ପାଇଁ ଖୁବ ଶୀଘ୍ର ତାରିଖ ପ୍ରକାଶ ପାଇବ ବୋଲି ବିଭାଗ ପକ୍ଷର ସୂଚନା ମିଳିଛି। ତେବେ କାହିଁକି ହଠାତ ସାନି ନିଲାମ କରାଯାଉଛି, ସେ ନେଇ ପ୍ରଶ୍ନ ଉଠୁଛି। କୁହାଯାଉଛି କି ଗତ ଟେଣ୍ଡର ସମୟରେ ବହୁତ ବିଭ୍ରାଟ ହୋଇଥିବା ଅଭିଯୋଗ ଆସିଥିଲା । ଏହି ଅଭିଯୋଗକୁ ସରକାର ଗୁରୁତ୍ୱ ଦେଇ ନିଲାମ ବାତିଲ କରିଛନ୍ତି ଏବଂ ନୂଆ ସର୍ତ୍ତ ସହ ସାନି ଟେଣ୍ଡର ହେବ ବୋଲି ସୂଚନା ମିଳିଛି ।

ସମ୍ବନ୍ଧିତ ଖବର