ଭୁବନେଶ୍ୱର: ଓଡ଼ିଶାର ହସ୍ତତନ୍ତ ତଥା ପାରମ୍ପରିକ ବୁଣାକାର ଏବଂ ବାନ୍ଧକାରମାନଙ୍କୁ ଉତ୍ସାହିତ କରିବା ପାଇଁ ୨୦୨୦ ମସିହାରୁ ଅବିକା ପ୍ରସ୍ତୁତ କରିଆସୁଛି ଏକମାତ୍ର ହସ୍ତତନ୍ତ ଆଧାରିତ କ୍ୟାଲେଣ୍ଡର-"ଅବିକା କ୍ୟାଲେଣ୍ଡର" । ଯାହାକି ଏକ ମଡେଲ ହଣ୍ଟ୍ ପ୍ରତିଯୋଗିତା ଦ୍ଵାରା ପ୍ରସ୍ତୁତ କରାଯାଏ । ବିଗତ ବର୍ଷମାନଙ୍କ ପରି ଏହି ବର୍ଷ ମଧ୍ୟ ଅବିକା ପ୍ରସ୍ତୁତ କରିବାକୁ ଯାଉଛି ଏହି ସ୍ୱତନ୍ତ୍ର କ୍ୟାଲେଣ୍ଡର । ଓଡ଼ିଶାରେ ଅନୁଗୁଳ, ରାଉରକେଲା, ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର ଆଦି ପ୍ରମୁଖ ସହର ମାନଙ୍କରେ ଅବିକା ୨୦୨୫ କ୍ୟାଲେଣ୍ଡର ସିଜିନ-୫ ପାଇଁ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହେବା ସହିତ ଅଡିସନ ମଧ୍ୟ ଆରମ୍ଭ ହୋଇଯାଇଛି।
ଆସନ୍ତା ସେପ୍ଟେମ୍ବର ୧ରେ ବୋଷ ଡାନ୍ସ ଏକାଡେମୀ, ଅନୁଗୁଳ; ସେପ୍ଟେମ୍ବର ୧୫ରେ ଡିସ୍କୋ ଆଣ୍ଡ ଫଙ୍କ୍ ଷ୍ଟୁଡିଓ, ବ୍ରହ୍ମପୁର; ସେପ୍ଟେମ୍ବର ୨୨ରେ ନାଚ ଡ୍ୟାନ୍ସ ଏକାଡେମୀ, ବାଲେଶ୍ୱର, ସେପ୍ଟେମ୍ବର ୨୯ରେ ଭଞ୍ଜକଲା ମଣ୍ଡପ, ରାଉରକେଲା ଏବଂ ଅକ୍ଟୋବର ୬ ଓ ୧୩ରେ ଡେନିମ ଆଣ୍ଡ ବ୍ଲୁ ଡ୍ୟାନ୍ସ ଷ୍ଟୁଡିଓ, ଭୁବନେଶ୍ୱରରେ ଅବିକା ୨୦୨୫ କ୍ୟାଲେଣ୍ଡରର ଅଡିସନ ସିଜିନ-୫ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଅଡିସନ ମାନଙ୍କରେ ସୁନାମଧନ୍ୟ କଳାକାର ଏବଂ ମଡେଲମାନେ ବିଚାରପତି ଏବଂ ଅତିଥି ଭାବେ ଯୋଗଦେବେ ବୋଲି ଅବିକାର ନିର୍ଦେଶକ ଅବିନାଶ ସାହୁ ସୂଚନା ଦେଇଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/o6krIkVFaoWySVTZTOEK.jpg)