ଆସନ୍ତାକାଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପାଳିବ କ୍ରାନ୍ତି ଦିବସ

ଭୁବନେଶ୍ୱର: ଅଗଷ୍ଟ ୯ ତାରିଖ ଦେଶର ଇତିହାସରେ ଏକ ପ୍ରାତଃସ୍ମରଣୀୟ ଦିବସ। ଇଂରେଜମାନଙ୍କ ବିରୁଦ୍ଧରେ ଅନ୍ତିମ ଯୁଦ୍ଧ ସ୍ୱରୂପ ୧୯୪୨ ମସିହା ଅଗଷ୍ଟ ୯ ତାରିଖ ଗାନ୍ଧିଜୀ ଡାକରା ଦେଇଥଲେ ଭାରତ ଛାଡ଼’ ଆନ୍ଦୋଳନା କର ବା ମର’ ଥଲା ତାଙ୍କର ସ୍ଳୋଗାନା ଏହି ଦିନଟିକୁ ମଧ୍ୟ ଅଗଷ୍ଟ କ୍ରାନ୍ତି ଦିବସ ବୋଲି କୁହାଯାଏା ୭୭ତମ ଏହି ଐତିହାସିକ ଦିବସକୁ ସ୍ମରଣୀୟ କରିବା ପାଇଁ ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତିା ଏହି ଉପଲକ୍ଷେ ରାଜ୍ୟ ଅଭିଲେଖାଗାର ଠାରେ ଦିବସ ବ୍ୟାପୀ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛିା

ପୂର୍ବାହ୍ନ ୧୧ ଘଟିକାରେ ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟଅତିଥ, ବିଭାଗୀୟ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ସମ୍ମାନନୀୟ
ଅତିଥି, ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ଓଡ଼ିଶା ପରିମଣ୍ଡଳର ମୁଖ୍ୟ ମହାଡାକପାଳ ଡ. ସନ୍ତୋଷ କୁମାର କମିଳା ଓ ବିଭାଗୀୟ ନିର୍ଦ୍ଦେଶକ ବିଜୟ କୁମାର ନାୟକ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଯୋଗଦେବୋ

କାର୍ଯ୍ୟକ୍ରମ ଏମିତି

୧. ରାଜ୍ୟ ଅଭିଲେଖାଗାର ଓ ପୂର୍ବାଞ୍ଚଳ ଜାତୀୟ ଅଭିଲେଖାଗାର ଶାଖା ଭୁବନେଶ୍ୱରଙ୍କ ମିଳିତ ସହଯୋଗରେ ଭାରତ ଛାଡ଼ ଆନ୍ଦୋଳନ ସମ୍ବନ୍ଧିତ ତଥ୍ୟଭିତ୍ତିକ ପ୍ରଦର୍ଶନୀ ଆୟୋଜନ।
୨. ଭାରତୀୟ ଡାକ ବିଭାଗ ପକ୍ଷରୁ ଗାନ୍ଧିଜୀଙ୍କ ସମ୍ବନ୍ଧିତ ଡାକ ଟିକଟ ପ୍ରଦର୍ଶନୀ ଆୟୋଜନ ୩. ଭଦ୍ରକ, ସମ୍ବଲପୁର ଜିଲ୍ଲାର ତିନିଜଣ ସ୍ୱାଧୀନତା ସଂଗ୍ରାମୀକୁ ସମ୍ବର୍ଦ୍ଧନା ପ୍ରଦାନ।
୪. ରାଜ୍ୟ ଅଭିଲେଖାଗାରର ୱେବ ପୋର୍ଟାଲ ଲୋକାର୍ପଣ।
୫. ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ରାଜ୍ୟ ଅଭିଲେଖାଗାର ପକ୍ଷରୁ ଡାକ ବିଭାଗ ଦ୍ୱାରା ପ୍ରସ୍ତୁତ ବିଶେଷ ଲଫାପା ଆବରଣ ଉନ୍ମୋଚନ ଓ ଅଗଷ୍ଟ କ୍ରାନ୍ତି ଏବଂ ଗାନ୍ଧିଜୀ ଶୀର୍ଷକ ଆଲୋଚନା ଚକ୍ର ଆଦି କାର୍ଯ୍ୟକ୍ରମ।

ସମ୍ବନ୍ଧିତ ଖବର