ଆଳି: ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଆଳି ଧୋୟାଞ୍ଚଳର ୧୦ ପଞ୍ଚାୟତ ସମେତ ଅନ୍ୟ ପଞ୍ଚାୟତ ଗୁଡିକରେ କ୍ଷତିଗ୍ରସ୍ତ ହୋଇଥିବା ବନ୍ୟା ବିପନ୍ନମାନଙ୍କୁ ସରକାରୀ ସହାୟତା ପାଇଁ ବିଜେପି ପ୍ରତିନିଧି ଦଳ ଆଜି କେନ୍ଦ୍ରୀୟ ଅନୁଧ୍ୟାନକାରୀ ଟିମକୁ ଦାବିପତ୍ର ଦେଇଛି। ବିଜେପି ନେତା କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ନିହାର ରଂଜନ ସ୍ବାଇଁ, ଓମପ୍ରକାଶ ପତି,ନବକିଶୋର ବେହେରା, ସ୍ମୃତିରଂଜନ ଦାସ, ବିଭୂପ୍ରସାଦ ମହାନ୍ତି, ବିଷ୍ଣୁ ପ୍ରସାଦ ମହାରଣା, ପ୍ରଦୀପ ବେହେରା ବରାହ ପଣ୍ଡା,ଧୀରେନ୍ଦ୍ର ସାମଲ,ଭଞ୍ଜ କିଶୋର ସାମଲ ପ୍ରମୁଖ ଏହି ପ୍ରତିନିଧି ଦଳରେ ସାମିଲ ହୋଇ କେନ୍ଦ୍ରୀୟ ଟିମର ମୁଖ୍ୟ ଡ.ବୀରେନ୍ଦ୍ର ସିଂହଙ୍କୁ ଭେଟି ଦାବିପତ୍ର ଦେଇଥିଲେ। ବନ୍ୟାବିପନ୍ନମାନଙ୍କୁ ନିରପେକ୍ଷ ଭାବରେ କୃଷି,ଗୃହ ନିର୍ମାଣ ସହାୟତା ସହିତ ଅଞ୍ଚଳରେ ବନ୍ୟା କ୍ଷତିଗ୍ରସ୍ତ ନଦୀବନ୍ଧ,ଉଠାଜଳସେଚନ, ବିଦ୍ୟୁତ,ପାନୀୟଜଳ ଉତ୍ସ ଗୁଡିକରେ ପୁନରୁଦ୍ଧାର ପାଇଁ ଏହି ଦାବିପତ୍ରରେ କେନ୍ଦ୍ରୀୟ ଟିମର ଦୃଷ୍ଟି ଆକର୍ଷଣ କରାଯାଇଛି।
ସୂଚନାଯୋଗ୍ୟ, ବନ୍ୟା ପ୍ରଭାବିତ ଅଞ୍ଚଳର କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ରିୟ ଟିମ୍ ଗତକାଲି ଅପରାହ୍ନରେ ଆଳିରେ ପହଞ୍ଚିଥିଲେ। କେନ୍ଦ୍ରିୟ ଟିମ୍ ଆଳିର ବନ୍ୟା ପ୍ରଭାବିତ ଅଞ୍ଚଳର ନଦୀବନ୍ଧ,କୃଷି ଓ ବନ୍ୟାମାଡ ଯୋଗୁଁ ଅନ୍ୟାନ୍ୟ କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରି ଫେରି ଯାଇଛନ୍ତି। କେନ୍ଦ୍ରୀୟ ଟିମ୍ ମୁଖ୍ୟ ଡ.ବୀରେନ୍ଦ୍ର ସିଂହ,ଆନ୍ତଃ ମନ୍ତ୍ରଣାଳୟ କେନ୍ଦ୍ରୀୟ ଦଳର ଶାଶ୍ବତ ମହାପାତ୍ରଙ୍କ ସହିତ ରାଜ୍ୟ ସରକାରଙ୍କ ଜଳସମ୍ପଦ ବିଭାଗର ମୁଖ୍ୟଯନ୍ତ୍ରୀ ସୁଶାନ୍ତ କୁମାର ରଥ,ପୂର୍ବ ମଣ୍ଡଳ ଜଳସମ୍ପଦ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଚଣ୍ଡେଶ୍ବର ବେହେରା ଉଦ୍ୟାନ କୃଷି ବିଭାଗ ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା ପ୍ରମୁଖ ବନ୍ୟାଞ୍ଚଳ ବୁଲି ବନ୍ୟା ପ୍ରଭାବିତ ବିଭିନ୍ନ ସ୍ଥାନରେ କ୍ଷୟକ୍ଷତିର ସ୍ଥିତି ଆକଳନ କରିଥିଲେ। ଆଳି ତଟବନ୍ଧ ବିଭାଗର ନିର୍ବାହୀଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ରଥଙ୍କ ସଂଯୋଜନାରେ କେନ୍ଦ୍ରିୟ ଟିମ୍ ବନ୍ୟାମାଡ଼ରେ ଫସଲ ଓ ନଦୀବନ୍ଧର ବ୍ୟାପକ କ୍ଷୟକ୍ଷତି ଘଟିଥିବା ଟୁଙ୍ଗା ପଞ୍ଚାୟତର ଏଣ୍ଡୋଳ,ଭୂଇଁପୁର ପଞ୍ଚାୟତର ମାନପୁର, ଡିମିରିପାଳ ପଞ୍ଚାୟତର ଡିମିରିପାଳ,ଜୁଆଣିଆ ଆଦି ସ୍ଥାନରେ ଫସଲ କ୍ଷୟକ୍ଷତି ବୁଲି ଦେଖିଥିଲେ।
/sambad/media/post_attachments/wp-content/uploads/2020/09/aul4.jpg)
କେନ୍ଦ୍ରୀୟ ଟିମ୍ ଜୁଆଣିଆରେ ପହଞ୍ଚିବା ବେଳକୁ ସଂଧ୍ୟା ହୋଇଯିବାରୁ ମଧୁସୂଦନପୁର,ଏରଡଙ୍ଗ,ମଧୁବନ ନଦୀବନ୍ଧର ଘାଇ ନିକଟକୁ ଯାଇ ପାରିନଥିଲେ। ଫଳରେ ନିର୍ବାହୀଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ରଥଙ୍କଠାରୁ ନଦୀବନ୍ଧ ଗୁଡିକର କ୍ଷୟକ୍ଷତି ବିବରଣୀ,ତଥ୍ୟ ଓ ଫଟୋଚିତ୍ର ସଂଗ୍ରହ କରିବା ସହିତ ସ୍ଥିତି ଆକଳନ କରି ଫେରି ଯାଇଛନ୍ତି। କେନ୍ଦ୍ରୀୟ ଟିମ୍ ସହିତ ଆଳି ତହସିଲଦାର ତପନ ସେନାପତି, ବିଡିଓ ଦିବ୍ୟେନ୍ଦୁ ଦାସ,କୃଷି ଅଧିକାରୀ ସତ୍ୟପ୍ରକାଶ ଦାସ,ଜଳସମ୍ପଦ ବିଭାଗର ସହକାରୀ ନିର୍ବାହୀଯନ୍ତ୍ରୀ ଅରଜିତ ରାଉତ ପ୍ରମୁଖ କେନ୍ଦ୍ରୀୟ ଟିମ୍ ସହିତ କ୍ଷତିଗ୍ରସ୍ତ ଅଞ୍ଚଳକୁ ଯାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/aul.jpg)