ବନ୍ୟାଞ୍ଚଳରେ ଆଳି ବିଧାୟକ, ସମସ୍ୟା ବୁଝି ବାଣ୍ଟିଲେ ଶୁଖିଲା ଖାଦ୍ୟ

ଆଳି: ଗତ ଦୁଇ ସପ୍ତାହ ହେଲା ଖରସ୍ରୋତା, କାଣୀ ନଦୀ ବନ୍ୟା ଘେରରେ ଜଳବନ୍ଦୀ ରହିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ଧୋୟାଞ୍ଚଳ ୧୦ ପଞ୍ଚାୟତର ୭୦ ହଜାର ଅଧିବାସୀ। ଶୁକ୍ରବାର ରାତିରେ ମଧୁବନ ଓ ଗଣେଶ୍ବରପୁର ନଦୀବନ୍ଧ ଭାଙ୍ଗି ଘରେ, ଘରେ ବନ୍ୟାପାଣି ପଶିଯିବା ପରେ ଏହି ବିପନ୍ନମାନଙ୍କର ଦୁଃଖ ବଳି ପଡ଼ିଛି। ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ଦୁଃଖ, ଦୁର୍ଦ୍ଦଶା ମଧ୍ୟରେ ଥିବା ଏହି ବନ୍ୟା ଦୁର୍ଗତମାନଙ୍କ ନିକଟରେ ଆଜି ଆଳି ବିଧାୟକ ପ୍ରତାପ କେଶରୀ ଦେବ ପହଞ୍ଚି ବନ୍ୟା ବିପନ୍ନଙ୍କ ସମସ୍ୟା ସଂପର୍କରେ ପଚାରି ବୁଝିବା ସହିତ ଜଳବନ୍ଦୀରେ ଥିବା ମାନପୁର, ମଙ୍ଗରାଜପୁର, ପୁନର୍ବସତି,ଠାକୁର ସାହି,ପେତପଡା, ଖରଖରୀ, ମଦନଗିରୀ, ଏରଡଙ୍ଗ, ପାଳିମୀ
ଗ୍ରାମର ଜଳବନ୍ଦୀମାନଙ୍କୁ ଚୁଡ଼ା ,ଗୁଡ଼, ବିସ୍କୁଟ ଆଦି ଶୁଖିଲା ଖାଦ୍ୟ ଓ ପାନୀୟ ଜଳ ପ୍ୟାକେଟ ବଣ୍ଟନ କରିଛନ୍ତି।
ବିଧାୟକ ଶ୍ରୀଦେବଙ୍କ ସହିତ ଯୁବନେତା ଭୀଷ୍ମ ମହାନ୍ତି, ମନୋରଞ୍ଜନ ସାମଲ, କେଦାରନାଥ ବେହେରା, ସୁବ୍ରତ ଦାଶ, ଦୀପକ ଭୂୟାଁ ଓ ନିରଞ୍ଜନ ସେନାପତି ପ୍ରମୁଖ ବନ୍ୟାବିପନ୍ନଙ୍କ ନିକଟରେ ପହଞ୍ଚି ସହାୟତା ସାମଗ୍ରୀ ବଣ୍ଟନରେ ସକ୍ରିୟ ସହଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର