ଯୁବକର ଉନ୍ମତ୍ତକାଣ୍ଡ: ହାଇଓ୍ଵା ଓ ଟ୍ରକ୍ ଜାଳିଲା, ଡ୍ରାଇଭରଙ୍କୁ ପେଟ୍ରୋଲ ଢାଳି ନିଆଁ ଲଗାଇବାକୁ ଉଦ୍ୟମ

ଆଳି: ଆଜି ସକାଳ ୬ଟା ସମୟରେ ସଟଡାଉନ ଯୋଗୁଁ ସମସ୍ତ ଦୋକାନ, ବଜାର ବନ୍ଦ ଥିବା ବେଳେ ଜନୈକ ଯୁବକ ଉନ୍ମତ୍ତକାଣ୍ଡ ଘଟାଇଛି। ଉନ୍ମତ୍ତ ଯୁବକ ଆଳି ବଜାରରେ ଗୋଟିଏ ହାଇଓ୍ବା (ନମ୍ବର ଓଡି୦୪କେ୪୨୨୯)କୁ ପେଟ୍ରୋଲ ଢାଳି ସମ୍ପୂର୍ଣ୍ଣ ଜାଳି ଦେଇଥିବା ବେଳେ ଡ୍ରାଇଭର ଉପରେ ମଧ୍ୟ ପେଟ୍ରୋଲ ଢାଳି ନିଆଁ ଲଗାଇବାକୁ ଉଦ୍ୟମ କରିଥିଲା।

ତେବେ ଜୀବନ ବିକଳରେ ଡ୍ରାଇଭର ଦୌଡ଼ି ପଳାଇ ଯାଇ ଅଳ୍ପକେ ବର୍ତ୍ତିଯାଇଛନ୍ତି। ସେହିପରି ସଂପୃକ୍ତ ଯୁବକ ବାଳକାଟି ନିକଟରେ ପାର୍କିଂ କରିଥିବା ଆଉ ଏକ ଟ୍ରକ (ନମ୍ବର ଓଡି୨୯ଇ୭୦୮୮)ରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା। ଘଟଣା ସ୍ଥଳରେ ପୋଲିସ ପହଞ୍ଚିବାରୁ ଅଧାପୋଡ଼ା ଅବସ୍ଥାରେ ଟ୍ରକଟି ରହିଯାଇଛି। ଏହା ସହିତ ଯୁବକ ଜଣଙ୍କ ଅନ୍ୟ ଏକ ମାଛ ଗାଡ଼ିର ଡ୍ରାଇଭର ଉପରେ ଆକ୍ରମଣ କରିଥିବା ମଧ୍ୟ ପୁଲିସ ସୂତ୍ରରୁ ଜଣାପଡ଼ିଛି। ଖବର ପାଇ ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ଟ୍ରକଟି ସମ୍ପୂର୍ଣ୍ଣ ଜଳିଯାଇଛି।

ନିଆଁ ଲଗାଇବାର କାରଣ ଜଣାପଡ଼ି ନ ଥିବା ବେଳେ ଆଳି ପୁଲିସ ଘଟଣାରେ ସଂପୃକ୍ତ ଲୋକାପଡ଼ା ଗ୍ରାମର ଶ୍ରୀଧର ପରିଡ଼ାଙ୍କୁ ଥାନାରେ ଅଟକ ରଖିଥିବା ଆଳି ଥାନାର ତଦନ୍ତକାରୀ ଅଧିକାରୀ ସୌମ୍ୟରଞ୍ଜନ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର