ଆଳି: କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଲା ୧୭୦, ୬୯୪ ଆଣ୍ଟିଜେନ ପରୀକ୍ଷା

ଆଳି: କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ବ୍ଲକ ମେଣ୍ଢପୁର ପଞ୍ଚାୟତର ଗୋପ ପ୍ରାଥମିକ ସ୍କୁଲ ଓ କଳାପାହାଡ ସ୍କୁଲରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୬୯୪ ଆଣ୍ଟିଜେନ ପରୀକ୍ଷା କରାଯାଇଥିବା ବେଳେ ଶନିବାର ୪ ସ୍ଥାନୀୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଚିହ୍ନଟ ହୋଇଥିବା ୪ ସ୍ଥାନୀୟ ଆକ୍ରାନ୍ତଙ୍କ ମଧ୍ୟରେ ୩ ଜଣ ମହିଳା ରହିଥିବା ବେଳେ ଜଣେ ୪୨ ବର୍ଷିୟ ପୁରୁଷ ଅଛନ୍ତି।

ଶୁକ୍ରବାର ଆଳି ଥାନାର ଜନୈକା ମହିଳା ପୁଲିସ ଅଧିକାରୀଙ୍କ ସମେତ ଆଳିରୁ ୧୬ କରୋନା ଆକ୍ରାନ୍ତ ଚିହ୍ନଟ ହେବା ଶନିବାର ପରେ ପୁଣି ଆଳିର ସଦର ଅଞ୍ଚଳରୁ ୪ ଆକ୍ରାନ୍ତ ଚିହ୍ନଟ ଅଞ୍ଚଳବାସୀଙ୍କ ଚିନ୍ତା ବଢାଇ ଦେଇଛି। ବ୍ଲକର ବିଭିନ୍ନ ପଞ୍ଚାୟତର ସ୍ଥାନୀୟ ଲୋକଙ୍କ ସମେତ ଆଳିମେଡିକାଲର ଆଟେଣ୍ଡାଣ୍ଟ ଓ ତାଙ୍କ ପତ୍ନୀ, ଭାଟପଡା ଗ୍ରାମର ଜନୈକ ମେଡିସିନ ଷ୍ଟୋର ମାଲିକ ଓ ତାଙ୍କର ପରିବାର ସଦସ୍ୟଙ୍କୁ ମିଶାଇ ସର୍ବମୋଟ ୧୭୦ ଆକ୍ରାନ୍ତ ଏଯାବତ ଚିହ୍ନଟ ହୋଇଛନ୍ତି।

ଲଗାତର ଭାବେ ଆଳିର ବିଭିନ୍ନ ସ୍ଥାନରୁ ଏତେ ସଂଖ୍ୟକ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ଘଟଣା ଅଞ୍ଚଳବ୍ୟାପି ଆତଙ୍କର କାରଣ ହୋଇଛି।ତେବେ ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଶିବିର କରାଯାଇ ସ୍ବାବ ପରୀକ୍ଷା କରାଯିବା ସହିତ କୋଭିଡ କଟକଣାକୁ କଡାକଡି କରାଯାଇ ଲୋକସଚେତନତା ଜାରି ରହିଛି।

ସମ୍ବନ୍ଧିତ ଖବର