ଦଶପଲ୍ଲା : ଆସନ୍ତା ୨୦୨୨ ମସିହାରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଷୋଷଯାତ୍ରାପାଇଁ ରଥକାଠ ଅନୁକୂଳ ପାଇଁ ସୋମବାର ଦିନ ଶୁଭଦିନ ନିର୍ଘଣ୍ଟ କରାଯାଇଛି। ପୂଜାପାଇଁ ଦୁଇଟି ଦିନ ଧାର୍ଯ୍ୟ କରାଯାଇଛି। ପୂଜାପାଇଁ ଦୁଇଟି ଦିନ ଧାର୍ଯ୍ୟ କରାଯାଇଛି। ବିଶେଷକରି ମଙ୍ଗଳବାର ଦିନ ଏହି ପୂଜାନୀତି ଅନୁଷ୍ଠିତ ହେଉଥିବା ବେଳେ ଚଳିତ ମାସ ୨୮ ତାରିଖ ଓ ଆସନ୍ତା ଜାନୁଆରି ୧୧ ତାରିଖ ପାଇଁ ଶୁଭଦିନ ନିର୍ଘଣ୍ଟ କରାଯାଇଛି।
ପରମ୍ପରା ତଥା ରିତିନୀତି ଅନୁଯାୟୀ ନୟାଗଡ଼ ଜିଲ୍ଲା ଗଣିଆ ବଡ଼ମୂଳସ୍ଥିତ ମା’ବଡ଼ରାଉଳଙ୍କ ପୀଠରେ ରଥକାଠ ଅନୁକୂଳ ପୂଜା ଅନୁଷ୍ଠିତ ହେବାପରେ ପ୍ରତିବର୍ଷ ରଥକାଠ କଟାଯିବା କାର୍ଯ୍ୟ ଆରମ୍ଭ ହୋଇଥାଏ। ଏହି କ୍ରମରେ ଆଜି ଦଶପଲ୍ଲା ବନାଞ୍ଚଳ ଅଧିକାରୀ ନିଖିଲେଶ ମଲିକ ଏବଂ ଅବସରପ୍ରାପ୍ତ ବନପାଳ ତଥା ‘ଗଣକ’ ପ୍ରଫୁଲ୍ଲ କୁମାର ଦାଶ ମା’ ବଡରାଉଳଙ୍କ ରଥକାଠ ଅନୁକୂଳ ପୂଜକ ପ୍ରସନ୍ନ କୁମାର ଦାଶଙ୍କ ନିକଟରେ ପହଞ୍ଚି ଶୁଦିନ ନିର୍ଘଣ୍ଟ ପାଇଁ ଗଣନା କରିଛନ୍ତି। ପୂଜାପାଇଁ ଉପରୋକ୍ତ ଦୁଇଟି ଦିନ ଧାର୍ଯ୍ୟ କରାଯାଇଛି।