ଅଷ୍ଟ୍ରେଲିଆର ଡେପୁଟି କନସୁଲ୍ ଜେନେରାଲ୍‌ଙ୍କ ଏନ୍‌ସିଡିଏସ୍‌ ପରିଦର୍ଶନ

ଭୁବନେଶ୍ୱର: କୋଲକାତାସ୍ଥିତ ଅଷ୍ଟ୍ରେଲିଆର ଡେପୁଟି କନସୁଲ୍ ଜେନେରାଲ୍ ଡାନିଏଲ ସିମ ଓ ବରିଷ୍ଠ ରିସର୍ଚ୍ଚ ଅଫିସର ଆଞ୍ଜେଲିନା ନାୟର ନବକୃଷ୍ଣ ଚୌଧୁରୀ ଉନ୍ନୟନ ଗବେଷଣା କେନ୍ଦ୍ର (ଏନ.ସି.ଡି.ଏସ.) ଭୁବନେଶ୍ୱର ପରିଦର୍ଶନ କରିଛନ୍ତି । ଏହି ଅବସରରେ ଏନ.ସି.ଡି.ଏସ. ର ନିର୍ଦେଶକ ନିୟତି ପଟ୍ଟନାୟକ, ଓଏଏସ (ଏସଏଜି)ଙ୍କ ସହ ସୌଜନ୍ୟ ମୂଳକ ସାକ୍ଷାତ କରିବା ସହ ସଂସ୍ଥାର ଲାଇବ୍ରେରୀ ମଧ୍ୟ ପରିଦର୍ଶନ କରିଥିଲେ । ଏହି ସୌଜନ୍ୟ ସାକ୍ଷାତ ଆଲୋଚନା ସମୟରେ ଏନ.ସି.ଡି.ଏସ. ର ସେକ୍ରେଟେରି ପ୍ରଭାତ କୁମାର କୁଜୁର, ଓଏଫଏସ-୧ (ଏସବି), ପ୍ରଫେସର ଡକ୍ଟର ଶିବଲାଲ ମେହେର, ଡକ୍ଟର ରଶ୍ମି ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଶିକ୍ଷା ଏବଂ ଗବେଷଣାର ବିଭିନ୍ନ ଦିଗ ତଥା ବ୍ୟବସ୍ଥା ଉପରେ ଆଲୋଚନା ହୋଇଥିଲା ।

ସମ୍ବନ୍ଧିତ ଖବର