ଭୁବନେଶ୍ବର : ଓଡ଼ିଶା ଗସ୍ତରେ ଥିବା ଅଷ୍ଟ୍ରେଲିଆ ଉଚ୍ଚାୟୁକ୍ତ ବାରି ଓ’ଫାରେଲ, କୋଲ୍କାତାସ୍ଥିତ ଥିବା ଅଷ୍ଟ୍ରେଲିଆ ଦୂତାବାସର ମୁଖ୍ୟ ରୋୱାନ ଏନ୍ସୱର୍ଥ ଏବଂ ଆମି କିଉଗ୍ଙ୍କ ସହ କଳିଙ୍ଗ ଷ୍ଟାଡିୟମ ବୁଲି ଦେଖିଛନ୍ତି। ଏଠାରେ ବିଭିନ୍ନ କ୍ରୀଡ଼ା ଲାଗି ଥିବା ସୁବିଧା ସୁଯୋଗ ନୀରିକ୍ଷଣ କରିଥିଲେ। ଏହି ଅବସରରେ ପ୍ରଥମେ ଅତିଥିମାନେ ଓଡ଼ିଶା ନାଭାଲ ଟାଟା ହକି ଉଚ୍ଚଗୁଣବତ୍ତା କେନ୍ଦ୍ର ଯାଇ ସେଠାରେ ଥିବା ପ୍ରଶିକ୍ଷାର୍ଥୀମାନଙ୍କ ସହ ଭାବ ବିନିମୟ କରିଥିଲେ। ଏହାପରେ ଏମାନେ କ୍ରୀଡ଼ା ବିଜ୍ଞାନ ଓ ଥଇଥାନ କେନ୍ଦ୍ର ଓଡ଼ିଶା ଅଭିନବ ବିନ୍ଦ୍ରା ଟାର୍ଗେଟିଂ ଉଚ୍ଚଗୁଣବତ୍ତା କେନ୍ଦ୍ର ବୁଲି ଦେଖିଥିଲେ। ଏହି କେନ୍ଦ୍ରର ମୁଖ୍ୟ ପ୍ରଦୀପ ପିଲାଇ ସେମାନଙ୍କୁ କେନ୍ଦ୍ର ବିଷୟରେ ବୁଝାଇଥିଲେ। ଏଠାରୁ ସେମାନେ କଳିଙ୍ଗ ଷ୍ଟାଡିୟମସ୍ଥିତ ହକି କମ୍ପ୍ଲେସ ଯାଇ ଦେଖିଥିଲେ ଏବଂ ସେଠାରେ ଖେଳାଳିମାନଙ୍କ ସହ ଆଲୋଚନା କରିଥିଲେ। ଏମାନଙ୍କ ସହ ଓଡ଼ିଶା ହକି ପ୍ରମୋସନ କାଉନସିଲ୍ ଅଧ୍ୟକ୍ଷ ଦିଲୀପ ତିର୍କି, କ୍ରୀଡ଼ା ସଚିବ ଆର୍ ଭିନୀଲ କ୍ରିଷ୍ଣା, ଓଡ଼ିଶା ନାଭାଲ ଟାଟା ହକି ଉଚ୍ଚଗୁଣବତ୍ତା କେନ୍ଦ୍ର ପ୍ରକଳ୍ପ ନିର୍ଦେଶକ ରାଜୀବ ସେଠ ଏବଂ କ୍ରୀଡ଼ା ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp