ଜନପ୍ରତିନିଧିଙ୍କ ଟେଲିଫୋନ ଉଠାଉନାହାନ୍ତି ଅଧିକାରୀ: ନରସିଂହ

ବୁକ୍‌ ସର୍କୁଲାର ୪୭ର ଖୋଲାଖୋଲି ଉଲଂଘନ
ମୁଖ୍ୟସଚିବଙ୍କୁ ବାଚସ୍ପତିଙ୍କ ନିର୍ଦ୍ଦେଶ

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ଅଧିକାରୀମାନେ ବିଧାୟକ ଓ ଜନପ୍ରତିନିଧିମାନଙ୍କ ଟେଲିଫୋନ୍‌ ଉଠାଉନାହାନ୍ତି। ତତ୍କାଳ ନ ଉଠାଇଲେ ବି କଲ୍‌ ବ୍ୟାକ୍‌ କରୁନାହାନ୍ତି। ଆଜି ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଗଭୀର ଅସନ୍ତୋଷ ପ୍ରକାଶ କରିଥିଲେ। ଜନପ୍ରତିନିଧିମାନଙ୍କୁ ସହଯୋଗ କରିବା ପାଇଁ ରାଜ୍ୟ ସରକାର ବୁକ୍‌ ସର୍କୁଲାର୍‌ ୪୭ ପ୍ରଣୟନ କରିଛନ୍ତି। ବୋଧହୁଏ ଏହି ସର୍କୁଲାରୁ ଅଧିକାରୀମାନେ ଭୁଲିଗଲେଣି। ତେଣୁ ବାଚସ୍ପତି ଆପଣ ରୁଲଂ ଦିଅନ୍ତୁ ପୁଣି ଥରେ ଅଧିକାରୀମାନଙ୍କୁ ବୁକ୍‌ ସର୍କୁଲାରର ଗୋଟିଏ ଲେଖାଏଁ ନକଲ ଯୋଗାଇ ଦିଆଯାଉ। ଶ୍ରୀ ମିଶ୍ର ଦାବି ଅନୁୟାୟୀ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଅଧିକାରୀମାନଙ୍କ ଏପରି ଆଚରଣ ଉପରେ ଦୃଷ୍ଟି ଦେବାକୁ ମୁଖ୍ୟ ସଚିବଙ୍କ ପ୍ରତି ନିର୍ଦ୍ଦେଶ ଦେବା ସହ ବୁକ୍‌ ସର୍କୁଲାର ନକଲ ଯୋଗାଇଦେବାକୁ ରୁଲିଂ ଦେଇଥିଲେ।

ସମ୍ବନ୍ଧିତ ଖବର