ଭାରସାମ୍ୟ ହରାଇ ନମସ୍ତେ ଘାଟି ତଳକୁ ଗଳିପଡ଼ିଲା ଅଟୋ: ଚାଳକ ମୃତ, ୩ ଗୁରୁତର

ପାରଳାଖେମୁଣ୍ଡି : ଘାଟିରୁ ତଳକୁ ଖସିପଡିଲା ଅଟୋ | ଏଥିରେ ଅଟୋରେ ଥିବା ୪ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିବାବେଳେ ଡ୍ରାଇଭରଙ୍କର ମୃତ୍ୟୁ ଘଟିଛି | ଗଜପତି ଜିଲ୍ଲା ଗୁମ୍ମା ବ୍ଳକ ଅନ୍ତର୍ଗତ ନମସ୍ତେ ଘାଟିରେ ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇଛି | ମିଳିଥିବା ସୂଚନା ମୁତାବକ ଗୁମ୍ମାର ଉପର ଉପର ଅବାର ସିଂ ନିକଟରେ ଥିବା ନମସ୍ତେ ଘାଟିରେ ୪ ଜଣ ଯାତ୍ରୀଙ୍କୁ ନେଇ ଅଟୋଟି ଯାଉଥିବାବେଳେ ଦୁର୍ଘଟଣାର ଶିକାର ହୋଇଥିଲା |

ଅଟୋଟି ଭାରସାମ୍ୟ ହରାଇ ଘାଟିରୁ ପ୍ରାୟ ୨୦ ଫୁଟ ତଳକୁ ଖସିପଡିଥିଲା | ଏଥିରେ ୪ଜଣ ଗୁରୁତର ଆହତ ହୋଇଥିବାବେଳେ ସେମାନଙ୍କୁ ଚିକିତ୍ସା ପାଇଁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା |

Latestly

ତେବେ ଚିକିତ୍ସାଧୀନ ଅବସ୍ଥାରେ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଡ୍ରାଇଭର ମାର୍କୋ ଗମାଙ୍କଙ୍କର ମୃତ୍ୟୁ ହୋଇଯାଇଛି | ତେବେ ଡ୍ରାଇଭର ଜଣକ ନିୟନ୍ତ୍ରଣ ହରାଇଥିଲେ ନା ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏଭଳି ଦୁର୍ଘଟଣା ଘଟିଛି ତାହା ଜଣାପଡ଼ିନାହିଁ | ଏଠାରେ ସୂଚନା ଥାଉ କି ଏହି ଗାଡିଟି ଆନ୍ଧ୍ରପ୍ରଦେଶର ବୋଲି ଜଣାପଡିଛି |

ସମ୍ବନ୍ଧିତ ଖବର