ଅଟୋ ଓ ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ

କଟକ: ଫୁଲନଖରାର-ନିଆଳି ୬୦ନମ୍ବର ରାଜ୍ୟ ରାଜପଥର ଏକ ସଡ଼କ ଦୁର୍ଘଟଣା ଘଟିଛି। ନିଆଳି ନିକଟ ହଳଦୀବସନ୍ତ ଛକଠାରେ ଏହି ମର୍ମନ୍ତୁତ ସଡ଼କ ଦୁର୍ଘଟଣା ଘଟିଥିବା ଖବର ମିଳିଛି । ନିଆଳି ଅଭିମୁଖେ ଆସୁଥିବା ଏକ ଅଟୋ ଓ ବାଇକ ପରସ୍ପର ସହ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ସ୍ଥାନୀୟ ଅଞ୍ଚଳର ମନୋଜ କୁମାର ଦାସ ହୋଇଥିବା ବେଳେ ସମସ୍ତ ଗୁରୁତରଙ୍କୁ ପ୍ରଥମେ ନିଆଳି ଓ ପରେ ପରେ ଅଡ଼ଶପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର