ଅଟୋକୁ ପିଟିଲା ବାଇକ୍‌, ଜଣେ ମୃତ

ବିଂଝାରପୁର: ବିଂଝାରପୁର ଥାନା ଶାସନ୍ଦା ନିକଟ ମୁଖ୍ୟ ରାସ୍ତାରେ ଛିଡ଼ାହୋଇଥିବା ଅଟୋକୁ ପିଟିଲା ବାଇକ୍। ଫଳରେ ଅଟୋ ଚାଳକଙ୍କ ମୃତ୍ୟୁ ହୋଇଛି। ଗୁରୁତର ବାଇକ ଚାଳକଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଶୁକ୍ରବାର ବିଳମ୍ଵିତ ରାତିରେ ଏକ କାଠ ବୋଝେଇ ଟ୍ରାକ୍ଟର ଯାଉଥିବାବେଳେ ଶାସନ୍ଦା ନିକଟରେ ଖରାପ ହୋଇଥିଲା। ଟ୍ରାକ୍ଟର ମାଲିକଙ୍କ ଅନୁରୋଧ କ୍ରମେ ଯାଜପୁର ଟାଉନ ଗରିଆପୁର ଅଞ୍ଚଳର ଅସଦ ଅଲ୍ଲି ଖାନ ଏକ ଟାୟାର ଧରି ଟ୍ରାକ୍ଟର ପାଖରେ ପହଞ୍ଚିଥିଲେ।

ଅଟୋ ପଛପଟେ ଛିଡାହୋଇ ସେ ମୋବାଇଲରେ କଥା ହେଉଥିବା ବେଳେ ହଠାତ୍ କପାସି ଅଞ୍ଚଳର ବାଇକ୍‌ ଚାଳକ ଦ୍ରୁତ ଗତିରେ ଆସି ତାଙ୍କୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ଯାଜପୁର ମୁଖ୍ୟ ଡାକ୍ତରଖାନାରୁ କଟକ ସ୍ଥାନାନ୍ତର ବାଟରେ ଅସଦଙ୍କ ମୃତ୍ୟୁ ହୋଇଥିଲା। ବିଂଝାରପୁର ପୁଲିସ ପହଞ୍ଚିଲାବେଳକୁ ଘଟଣାସ୍ଥଳରେ ଟ୍ରାକ୍ଟରର ଇଞ୍ଜିନ ନଥିବା ବେଳେ କେବଳ କାଠ ବୋଝେଇ ଡାଲା ରହିଥିଲା। ସେଥିରେ ନମ୍ଵର ପ୍ଲେଟ ନଥିଲା। ଅନ୍ୟପଟେ ବାଇକ ଓ ଅଟୋକୁ ଜବତ କରି ନଂ ୬୩୩/୨୨ରେ ଏକ ମାମଲା ରୁଜ କରି ତଦନ୍ତ ଚଳାଇଛି ପୁଲିସ।

ସମ୍ବନ୍ଧିତ ଖବର