ପଦ୍ମପୁର: ଅଟୋ ସହ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ସ୍ତ୍ରୀଙ୍କର ମୃତ୍ୟୁ ଘଟିଥିବାବେଳେ ସ୍ବାମୀ ଗୁରୁତର ହୋଇଛନ୍ତି। ମୃତକ ଜଣଙ୍କ ହେଲେ ପାଲହଡା ଥାନା କନ୍ତଳା ଗ୍ରାମର ଦସ୍ମୀ ଶବର(୩୨)। ଆହତ ସ୍ବାମୀ ହେଲେ ସାଗର ଶବର।

Advertisment

ଗତକାଲି ଉଭୟ ମାର୍କେଟରୁ ଫେରୁଥିବା ବେଳେ ସାଢେ ୧୨ଟା ପାଖାପାଖି ନମପୋଶି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଏକ ଅଟୋ ସହ ମୁହାଁମୁହିଁ ଧକ୍କା  ହୋଇଥିଲା।  ଦସ୍ମୀ ରାସ୍ତାରେ ଛିଟିକି ପଡ଼ିବାରୁ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ସ୍ବାମୀ ସାଗର ସାମାନ୍ୟ ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ୧୦୮ଯୋଗେ ଉଭୟଙ୍କୁ ପ୍ରଥମେ ପାଲହଡ଼ା ମେଡିକାଲକୁ ପଠାଇଥିଲେ। ସେଠାରେ ଦସ୍ମୀ ଅତି ଗୁରୁତର ହେବାରୁ ଡାକ୍ତର ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ସେଠାରେ ଡାକ୍ତର ଦସ୍ମୀଙ୍କୁ ମୃତ ଘୋଷଣା କରିଥିଲେ। ଆଜି ପୁଲିସ ଖବର ପାଇ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ଏକ ମାମଲା ରୁଜୁ କରିଥିଲା। ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।