ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର-ମୁର୍ଷୁଣ୍ଢୀ ରାସ୍ତା ହିଲୁଙ୍ଗୁ ବୁଲାଣିରେ ଏକ ଯାତ୍ରୀବାହୀ ଅଟୋ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ୬ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତଙ୍କୁ ଡାକ୍ତରଖାନାକୁ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ ବୀରମହାରାଜପୁର-ମୁର୍ଷୁଣ୍ଢୀ ରାସ୍ତା ହିଲୁଙ୍ଗୁ ବୁଲାଣିରେ ଯାତ୍ରୀବାହୀ ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ଯାତ୍ରୀମାନେ ଆହତ ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ ଦିନ ୨ଟାରେ ବୀରମହାରାଜପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ରାଧାକାନ୍ତ ସୁନା (୫୦)ଙ୍କ ଛାତିରେ ମାଡ଼ ହୋଇଥିବାରୁ ତାଙ୍କୁ ସୋନପୁର ସ୍ଥାନାନ୍ତରିତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ବିନାୟକ ଭଏନା (୪୨) ମହାବିର ଜଗଦଲା (୬୫) ମୁକେଶ ବର୍ମା (୧୭) ସଂଜୟ ସରଭଙ୍ଗ (୧୯) ପ୍ରମୁଖଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଥିଲା। ଏମାନଙ୍କ ଭିତରେ ଜଣେ ନାବାଳକ ମଧ୍ୟ ଆହତ ହୋଇଛି। ଉଲୁଣ୍ଡା ବ୍ଳକ ହିକୁଡି ଗ୍ରାମରୁ ଏକ ବାହାଘରରେ ଯୋଗଦେବାପାଇଁ ବୀରମହାରାଜପୁର ବ୍ଳକ ମାଣିକପୁର ଗ୍ରାମକୁ ଯାଉଥିଲେ। ଘଟଣା ସ୍ଥଳରୁ ଅଟୋ ଡ୍ରାଇଭରର ଫେରାଇ ହୋଇଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/c7435e36-afd1-4a99-99d1-6de36b26e421.jpeg)