ତିନିବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ମାମଲାରେ ଅଟୋଚାଳକ ଗିରଫ

ଶେରଗଡ଼ : ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ୍ ଓ ଆସିକା ଥାନା ଇଲାକାର ଜଣେ ତିନିବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ମାମଲାରେ ପୁଲିସ ଜଣେ ଅଟୋଚାଳକକୁ ଗିରଫ କରିଛି। ଅଭିଯୁକ୍ତଜଣକ ହେଉଛି, ନୀଳକଣ୍ଠ ବେହେରା। ନୀଳକଣ୍ଠ କିଛି ପିଲାଙ୍କୁ ତା’ର ଅଟୋରେ ଏକ ଘରୋଇ ବିଦ୍ୟାଳୟକୁ ନେବା ଆଣିବା କରୁଥିଲା। ଉକ୍ତ ଅଟୋରେ ଯାଉଥିବା ତିନିବର୍ଷର ଶିଶୁକନ୍ୟାକୁ ସେ ଦୁଷ୍କର୍ମ କରିଥିଲା। ଘଟଣା ଜଣାପଡ଼ିବା ପରେ ପରିବାରବର୍ଗର ଏତଲା କ୍ରମେ ଆସିକା ଥାନାରେ କେସ୍ ନମ୍ବର ୭୯୭ ଅନୁସାରେ ଏକ ଦୁଷ୍କର୍ମ ମାମଲା ରୁଜୁ ସହ ଅଭିଯୁକ୍ତ ନୀଳକଣ୍ଠକୁ କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତ ଓ ଶିଶୁକନ୍ୟାକୁ ଡାକ୍ତରୀ ମାଇନା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଯାଇଥିଲା। ପରେ ମାଜିଷ୍ଟ୍ରେଟଙ୍କ ସାମ୍ନାରେ ଝିଅଟିର ବୟାନ ରେକର୍ଡ଼ କରାଯାଇଥିଲା। ଅଭିଯୁକ୍ତ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର