୫୦ ଫୁଟ ତଳକୁ ଖସିଲା ଅଟୋ, ୪ ଶିଶୁ ସମେତ ୧୩ ଆହତ

ଚନ୍ଦ୍ରଗିରି : ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ୍ ଡାବରାଗୁଡ଼ା ପଞ୍ଚାୟତର ତଇ ଠାରୁ ଗଡ଼ାପଦର ମଧ୍ୟରେ ଥିବା ଘାଟି ରାସ୍ତାରେ ଏକ ଯାତ୍ରୀବାହୀ ଅଟୋ ଭାରସାମ୍ୟ ହରାଇ ପ୍ରାୟ ୫୦ ଫୁଟ ତଳକୁ ଖସିପଡ଼ିଛି। ଫଳରେ ଏଥିରେ ବସିଥିବା ସମସ୍ତ ୧୩ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନେ ଗୋଟିଏ ପରିବାରର ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୪ ଶିଶୁ ଅଛନ୍ତି।

ସୂଚନା ପ୍ରକାରେ, ମୋହନା ବ୍ଲକ୍ ଲୁହାଗୁଡ଼ି ପଞ୍ଚାୟତ ବାଲିସାହିର ଗୋଟିଏ ପରିବାରର ୧୩ ଜଣ ଏକ ଅଟୋ(ଓଡି୦୭ଏଏଫ-୩୨୩୪) ଯୋଗେ ରା.ଉଦୟଗିରି ତଇ ଗ୍ରାମର ସମ୍ପର୍କୀୟ ବନ୍ଧୁ ଘରକୁ ଯାଇ ଅପରାହ୍‌ଣରେ ଗ୍ରାମକୁ ଫେରୁଥିଲେ। ଘାଟିରେ ଅଟୋଟି ଭାରସାମ୍ୟ ହରାଇ ପ୍ରାୟ ୫୦ ଫୁଟ ତଳକୁ ଖସି ପଡ଼ିଥିଲା। ଏଥିରେ ଅଟୋଟି ଭାଙ୍ଗିରୁଜି ଯାଇଥିବା ବେଳେ ବସିଥିବା ସମସ୍ତ ଯାତ୍ରୀ ଆହତ ହୋଇଥିଲେ। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ସମସ୍ତଙ୍କୁ ଉଦ୍ଧାର କରି ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ୨ ଶିଶୁଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ସେମାନଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକଲକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର